ମୁମ୍ବାଇ: କୋରୋନା ଭାଇରସ ମହାମାରୀ ପାଇଁ ଏବେ ପରିସ୍ଥିତି ଅସମ୍ଭାଳ। ଜନତାଙ୍କୁ କିପରି ସୁରକ୍ଷିତ ଦେବାକୁ ପ୍ରୟାସ ଚଳାଇଛନ୍ତି ସରକାର। ଏହି ଭଳି ପରିସ୍ଥିତିରେ ଏମିତି ଏକ ଟ୍ବିଟ କରି ଫିଲ୍ମ ନିର୍ମାତା ଅନୁଭବ ସିହ୍ନା ଚର୍ଚ୍ଚାରେ ଆସିଛନ୍ତି। କୋରୋନା ଭାଇରସ ଆତଙ୍କ ମଧ୍ୟରେ ସେ ଧର୍ମକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି।
ସେ ଗୁରୁବାର ରାତିରେ ଏକ ଟ୍ବିଟ କରି ଲେଖିଥିଲେ, ‘କିଛି ଦିନରୁ କୌଣସି ଧର୍ମ ବିପଦରେ ନାହିଁ ? ସବୁ ଠିକ୍ ଅଛି ତ।’ ଏହି ଟ୍ବିଟ ବ୍ୟତୀତ ସେ ଆଉ ଏକ ଟ୍ବିଟରେ ଦିନ ମଜୁରିଆ ବିଷୟରେ ଆଲୋଚନା କରିଛନ୍ତି। ଯେଉଁଥିରେ ଅନେକ ୟୁଜର୍ସଙ୍କ କମେଣ୍ଟ ବର୍ତ୍ତମାନ ଦେଖିବାକୁ ମିଳୁଛି।