ETV Bharat / sitara

‘କାଇ ପୋ ଚେ’କୁ 8 ବର୍ଷ, ସୁଶାନ୍ତଙ୍କୁ ମନେ ପକାଇଲେ ନିର୍ଦ୍ଦେଶକ

author img

By

Published : Feb 23, 2021, 10:55 AM IST

ସୁଶାନ୍ତ, ରାଜକୁମାର ଓ ଅମିତଙ୍କ ଅଭିନୀତ ଫିଲ୍ମ ‘କାଇ ପୋ ଛେ’ ନିର୍ଦ୍ଦେଶକ ଅଭିଷେକ କପୁର ଏକ ଟ୍ବିଟ କରି ଦୁଃଖ ଜଣାଇଛନ୍ତି । କାରଣ ତାଙ୍କ ଏହି ସୁପରହିଟ୍ ଫିଲ୍ମ ରିଲିଜକୁ 8 ବର୍ଷ ପୂରଣ ହୋଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଡେବ୍ୟୁ ଫିଲ୍ମ ‘କାଇ ପୋ ଛେ’ ରିଲିଜକୁ ସୋମବାର 8 ବର୍ଷ ପୂରଣ ହୋଇଛି । 2013 ଫେବୃଆରୀ 22ରେ ରିଲିଜ ହୋଇଥିଲା ଫିଲ୍ମ । ଏହାପୂର୍ବରୁ ଟିଭି ଧାରାବାହିକ ‘ପବିତ୍ର ରିସ୍ତା’ରୁ ସଫଳ ହୋଇଥିଲେ ସୁଶାନ୍ତ । ନିର୍ଦ୍ଦେଶକ ଅଭିଷେକ କପୁର ତାଙ୍କୁ ଏହି ଫିଲ୍ମରେ ସୁଯୋଗ ଦେଇଥିଲେ । ଯାହା ସୁପରଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା । ଫିଲ୍ମରେ ସୁଶାନ୍ତଙ୍କ ସହ ରାଜକୁମାର ରାଓ ଓ ଅମିତ ସାଧ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେପଟେ 8 ବର୍ଷ ପୂରଣ ହେବା ଅବସରରେ ସୁଶାନ୍ତଙ୍କୁ ମନେ ପକାଇଛନ୍ତି ନିର୍ଦ୍ଦେଶକ ।

  • The thrill of starting this journey with a new team hungry 2 give their best at the dawn of their careers stands most vividly in mind..One cant quantify the love our film continues to receive over the years, neither can we quantify the pain we feel at the loss of our crown jewel pic.twitter.com/oTvhal9UOu

    — Abhishek Kapoor (@Abhishekapoor) February 22, 2021 " class="align-text-top noRightClick twitterSection" data=" ">

ସେ ଟ୍ବିଟରେ ଫିଲ୍ମର ପପୁଲା ଗୀତ ‘ମନଝା’ ଭିଡିଓ କ୍ଲିପ୍ ସେୟାର କରି ଲେଖିଛନ୍ତି, ‘ଏକ ନୂତନ ଦଳ ସହିତ ଭୋକିଲା ଥିବା ଏହି ଯାତ୍ରା ଆରମ୍ଭ କରିବାର ରୋମାଞ୍ଚକ ସେମାନଙ୍କ କ୍ୟାରିୟରର ପ୍ରଭାତରେ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ମନରେ ସ୍ପଷ୍ଟ ଭାବରେ ଛିଡା ହୋଇଥିଲା । ଆମ ଫିଲ୍ମ ବର୍ଷ ବର୍ଷ ଧରି ପାଉଥିବା ପ୍ରେମକୁ ପରିମାଣ କରିପାରିବ ନାହିଁ, କିମ୍ବା ଆମର ମୁକୁଟ ଅଳଙ୍କାର ହରାଇବାରେ ଆମେ ଅନୁଭବ କରୁଥିବା ଯନ୍ତ୍ରଣାକୁ ମଧ୍ୟ ଆକଳନ କରିପାରିବୁ ନାହିଁ ।’

ସେ ସୁଶାନ୍ତଙ୍କୁ ମୁକୁଟ ଅଳଙ୍କାର ସହ ତୁଳନା କରି ତାଙ୍କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । କାରଣ ସୁଶାନ୍ତଙ୍କ ଜବରଦସ୍ତ ଅଭିନୟ ଏହି ଫିଲ୍ମକୁ ସୁପରଡୁପର ହିଟ୍ କରିବାରେ ସାହାଯ୍ୟ କରିଥିଲା । ସୁଶାନ୍ତଙ୍କ ଏହି ଡେବ୍ୟୁ ଫିଲ୍ମ ପରେ ବଢିଚାଲିଥିଲା ତାଙ୍କ ଚାହିଦା । ପ୍ରକାଶ ଥାଉକି ଗତ ବର୍ଷ ଜୁନ 14ରେ ନିଜ ମୁମ୍ବାଇ ସ୍ଥିତ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ । ଏଯାବତ ତାଙ୍କୁ ଝୁରୁଛନ୍ତି ପରିବାରଠୁ ନେଇ ଫ୍ୟାନ୍ସ । ତାଙ୍କ ମୃତ୍ୟୁ ମାମଲା ବଲିଉଡ ଡ୍ରଗ୍ସ କେସରେ ସମ୍ପୃକ୍ତ ହୋଇଛି । ଯାହାର ଯାଞ୍ଚ ଏଯାବତ ଏନସିବି କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.