ETV Bharat / sitara

କୋରୋନା ଭାଇରସ ଭୟ: ନିଜକୁ ଆଇସୋଲେସନରେ ରଖିଲେ ଦିଲୀପ କୁମାର

author img

By

Published : Mar 17, 2020, 8:24 AM IST

ନିକଟରେ ସୁସ୍ଥ ହୋଇ ଘରକୁ ଫେରିଥିବା ଲୋକପ୍ରିୟ ଅଭିନେତା ଦିଲୀପ କୁମାର ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି। କୋରୋନା ଭାଇରସ ପ୍ରଭାବ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି ସେ ।

dilip kumar
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: କୋରୋନା ଭାଇରସର ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହି ରୋଗରେ ସଂକ୍ରମିତି ହୋଇ 1.30ରୁ ଅଧିକଙ୍କ ଲୋକଙ୍କ ଜୀବନ ଚାଲିଗଲାଣି । ଆଉ ଧିରେ ଧିରେ କରି ଅନେକ ଲୋକ ଏଥିରେ ସଂକ୍ରମିତ ହେବାରେ ଲାଗିଛନ୍ତି । ବିଶ୍ବରେ ଏହାକୁ ନେଇ ଭୟ ଦେଖିବାକୁ ମିଳୁଛି। ଏମିତି ପରିସ୍ଥିତିରେ ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟି ମଧ୍ୟ କଡା ସୁରକ୍ଷାରେ ରହିବାକୁ ଚେଷ୍ଟା ଚଳାଇଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ବିଖ୍ୟାତ ଅଭିନେତା ଦିଲୀପ କୁମାର ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଦିଲୀପ କୁମାର

କୋରୋନା ଭାଇରସ ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ଦିଲୀପ ନିଜକୁ ଆଇସୋଲେସନ ଓ କ୍ବାରୋନଟାଇନରେ ରଖିବାର ନିଷ୍ପତ୍ତି ନେଇଛନ୍ତି । ବାର୍ଦ୍ଧକ୍ୟ ସମସ୍ୟାରେ ଚିନ୍ତିତ 97 ବର୍ଷିୟ ଦିଲୀପ ସୋମବାର ରାତିରେ ଟ୍ବିଟ କରି ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇଛନ୍ତି । ଅନେକଥର ଖରାପ ସ୍ବାସ୍ଥ୍ୟ ପାଇଁ ମେଡିକାଲରେ ଭର୍ତ୍ତି ହୋଇସାରିଛନ୍ତି ସେ।

ଟ୍ବିଟରେ ସେ ସୂଚନା ଦେଇ ଲେଖିଛନ୍ତି ଯେ ତାଙ୍କ ପତ୍ନୀ ସାୟରା ବାନୋ ତାଙ୍କର ପୁରା ଧ୍ୟାନ ରଖୁଛନ୍ତି । ଆଉ ଇନଫେକ୍ସନରୁ ସୁରକ୍ଷା ଦେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଏହାସହ ସେ ନିଜ ଫ୍ୟାନ୍ସଙ୍କୁ ସୁରକ୍ଷିତ ରହିବାକୁ ପରାର୍ମଶ ମଧ୍ୟ ଦେଇଛନ୍ତି । ପ୍ରକାଶ ଥାଉକି ନିକଟରେ ଦିଲୀପଙ୍କ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସାୟରା ସମସ୍ତଙ୍କୁ ତାଙ୍କ ସୁସ୍ଥ ହେବାର ସୂଚନା ଦେଇଥିଲେ । ପିଠିରେ ଯନ୍ତ୍ରଣା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଭାରତରେ କୋରୋନା ସଂକ୍ରମିତ 114 କେସ ସାମ୍ନାକୁ ଆସିସାରିଲାଣି । ସେହିପରି ମହାରାଷ୍ଟ୍ରରେ ଏଯାବତ 37 ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.