ETV Bharat / sitara

ICUରେ ଏବେ ବି ଅଛନ୍ତି ସାହେବ: Saira Banu

author img

By

Published : Jul 4, 2021, 6:47 PM IST

କିମ୍ବଦନ୍ତୀ ଅଭିନେତା ଦିଲ୍ଲୀପ କୁମାର ବର୍ତ୍ତମାନ ଆଇସିୟୁରେ ଅଛନ୍ତି ବୋଲି ପତ୍ନୀ ସାଇରା ବାନୁ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ICUରେ ଏବେ ବି ଅଛନ୍ତି ସାହେବ: Saira Banu
ICUରେ ଏବେ ବି ଅଛନ୍ତି ସାହେବ: Saira Banu

ମୁମ୍ବାଇ: ବଲିଉଡର କିମ୍ବଦନ୍ତୀ ଅଭିନେତା ଦିଲ୍ଲୀପ କୁମାର ବର୍ତ୍ତମାନ ମଧ୍ୟ ଆଇସିୟୁରେ ଥିବା ସମ୍ପର୍କରେ ପତ୍ନୀ ସାଇରା ବାନୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବାବେଳେ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

ଦିଲ୍ଲୀପ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି, ତଥାପି ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି ବୋଲି ସାଇରା ବାନୁ କହିଛନ୍ତି । ଏହାସହିତ ପ୍ରଶଂସକ ଓ ଶୁଭଚିନ୍ତକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଦିଲ୍ଲୀପଙ୍କୁ ଶ୍ବାସକ୍ରିୟା ନେବାରେ ସମସ୍ୟା ଦେଖାଯାଉଥିଲା, ଯାହାକି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

  • Dilip Saab has been admitted to Hinduja Hospital, Khar to address medical issues related to illness which are frequently expected in a 98 year old. Your love and prayers are truly appreciated by Saab- Faisal Farooqui

    — Dilip Kumar (@TheDilipKumar) June 30, 2021 " class="align-text-top noRightClick twitterSection" data=" ">

ଦିଲ୍ଲୀପ 5 ଦଶନ୍ଧି ଧରି ବଲିଉଡରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ମୁଗଲ-ଇ-ଆଜମ, ଦେବଦାସ, ନୟା ଦୌର, ରାମ ଔର ଶ୍ୟାମ ଫିଲ୍ମଗୁଡିକୁ ନେଇ ସେ ବଲିଉଡରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । 1998 ମସିହାରେ ରିଲିଜ ହୋଇଥିବା 'କିଲା' ଫିଲ୍ମରେ ମଧ୍ୟ ତାଙ୍କ ଅଭିନୟର ଯାଦୁ ଦେଖାଇଥିଲେ । ଏହି ଫିଲ୍ମ ବକ୍ସିଅଫିସରେ ଭଲ ପଇସା କମାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.