ETV Bharat / sitara

ପୁରୁଷଙ୍କ ପ୍ରତି ଘରୋଇ ହିଂସା ବଢାଇଲେ ସଞ୍ଜନା, ନିନ୍ଦା କଲେ ପୂଜା - ପୂଜା ବେଦିଙ୍କ ପ୍ରତିକ୍ରିୟା

ବର୍ତ୍ତମାନ ନିଜର ଏକ ବିଜ୍ଞାପନକୁ ନେଇ ସମସ୍ୟା ଘେରରେ ସଞ୍ଜନା । ତାଙ୍କ ଉପରେ ଲାଗିଲା ପୁରୁଷଙ୍କ ପ୍ରତି ଘରୋଇ ହିଂସାକୁ ପ୍ରୋତ୍ସାହିତ କରିବା ଅଭିଯୋଗ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଜନା ସାଙ୍ଘୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଜନା ସାଙ୍ଘୀ
author img

By

Published : Dec 10, 2020, 10:34 AM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ରେ ନଜର ଆସିଥିବା ଅଭିନେତ୍ରୀ ସଞ୍ଜନା ସାଙ୍ଘୀ ଖୁବଶୀଘ୍ର ଅଭିନେତା ଆଦିତ୍ୟ ରୟ କପୁରଙ୍କ ଆଗାମୀ ଫିଲ୍ମ ‘ଓମ’ରେ ନଜର ଆସିବେ । ଯାହାର ପ୍ରସ୍ତୁତି ସେ ଆରମ୍ଭ କରିଦେଇଛନ୍ତି । ହେଲେ ଏବେ ସେ ଏକ ଭିନ୍ନ କାରଣ ପାଇଁ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି । ନିଜର ଏକ ବିଜ୍ଞାପନ ପାଇଁ ତାଙ୍କୁ ହଟହଟା ହେବାକୁ ପଡୁଛି ।

କଥାଟି ହେଲା ଯେ ବିଜ୍ଞାପନରେ ଅଭିନେତ୍ରୀ କେଉଁ ଫିଲ୍ମ ଦେଖିବା ଉଚିତ୍ ତାହା ସ୍ଥିର କରିବା ପାଇଁ ଅଭିନେତାଙ୍କୁ ଆଠ ଥର ଚାପୁଡ଼ା ମାରୁଥିବାର ଦେଖାଯାଇଛି । ତାଙ୍କ ଏହି ବିଜ୍ଞାପନ ପୁରୁଷଙ୍କ ଉପରେ ଘରୋଇ ହିଂସାକୁ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ଲାଗିଛି । ଟ୍ରୋଲର୍ସ ତାଙ୍କୁ ଏହି ସମ୍ବେଦନଶୀଳ ପ୍ରସଙ୍ଗ ପାଇଁ ଟ୍ରୋଲ କରିବାରେ ଲାଗିଛନ୍ତି । ସେପଟେ ଅଭିନେତ୍ରୀ ପୂଜା ବେଦି ମଧ୍ୟ ଏଥିରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ।

ସେ ଟ୍ବିଟ କରି ଲେଖିଛନ୍ତି, ‘ଅବଶ୍ୟ ଏହା ଏକ ଖରାପ ବାର୍ତ୍ତା । ପୁରୁଷଙ୍କ ପ୍ରତି ଘରୋଇ ହିଂସା ଗ୍ରହଣୀୟ ନୁହେଁ । ଯଦି ଜଣେ ପୁରୁଷ ଏହି ପରାମର୍ଶରେ ଜଣେ ମହିଳାଙ୍କୁ ଚାପୁଡ଼ା ମାରିବ? ଏହାକୁ ଏକ ବିଜ୍ଞାପନ ରୂପେ ଦେଖିବା ଉଚିତ୍ ନୁହେଁ । ପୁରୁଷମାନଙ୍କର ମଧ୍ୟ ଅଧିକାର ଅଛି ।’

ଫଟୋ ସୌଜନ୍ୟ: ଟ୍ବିଟର@ପୂଜା ବେଦୀ
ଫଟୋ ସୌଜନ୍ୟ: ଟ୍ବିଟର@ପୂଜା ବେଦୀ

ଟ୍ରୋଲର୍ସ ମଧ୍ୟ ସଞ୍ଜନାଙ୍କ ସମାଲୋଚନା କରି କହିଛନ୍ତି, ‘ପୁରୁଷଙ୍କ ପ୍ରତି ଘରୋଇ ହିଂସାକୁ ପ୍ରୋତ୍ସାହିତ କରିବା ଦୁଃଖଦାୟକ ଏବଂ ଲଜ୍ଜାଜନକ । ସେହିପରି ଏହି ବିଜ୍ଞାପନକୁ ବ୍ୟାନ କରିବାକୁ ଦାବି କରିଛନ୍ତି ଅନେକ ୟୁଜର୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.