ETV Bharat / sitara

ସାବତ ଝିଅ ସହ ଡ୍ୟାନ୍ସ କଲେ ଦିଆ ମିର୍ଜା, କମେଣ୍ଟ ଦେଲେ ବୈଭବଙ୍କ ପୂର୍ବତନ ପତ୍ନୀ

ଦିଆ ମିର୍ଜା ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ସେୟାର କରି ଅନେକ ସମୟରେ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରନ୍ତି । ଦିଆ ଗତକାଲି (ରବିବାର) ତାଙ୍କ ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ସାବତ ଝିଅ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

author img

By

Published : Jan 10, 2022, 5:51 PM IST

ସାବତ ଝିଅ ସହ ମିଶି ଡ୍ୟାନ୍ସ କଲେ ଦିଆ ମିର୍ଜା, କମେଣ୍ଟ ଦେଲେ ବୈଭବଙ୍କ ପୂର୍ବତନ ପତ୍ନୀ

ହାଇଦ୍ରାବାଦ: ଅଭିନେତ୍ରୀ ଦିଆ ମିର୍ଜା ତାଙ୍କ ବିବାହ ଜୀବନକୁ ଏବେ ଖୁବ୍‌ ଉପଭୋଗ କରୁଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ସେୟାର କରି ଅନେକ ସମୟରେ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରନ୍ତି । ଦିଆ ଗତକାଲି (ରବିବାର) ତାଙ୍କ ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ସାବତ ଝିଅ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି ।

ଦିଆ ମିର୍ଜା
ଦିଆ ମିର୍ଜା

ଏହି ଭିଡିଓକୁ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭିଡିଓରେ ଦେଖିଲେ ଏହା ସ୍ପଷ୍ଟ ଯେ, ଦିଆ ଏବଂ ସମାୟରାଙ୍କ ବଣ୍ଡିଂ ବହୁତ ଭଲ । ଭିଡିଓରେ ପ୍ରସିଦ୍ଧ ଗାୟକ ଏକୋନଙ୍କ ଗୀତରେ ସମାନ ପୋଷାକ ପିନ୍ଧି ନାଚୁଥିବାବେଳେ ଦୁହେଁ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଦିଆ ମିର୍ଜା ଏବଂ ସମାୟରାଙ୍କ ଏହି ଭିଡିଓ ବାଲକୋନୀରେ ସୁଟିଂ କରାଯାଇଛି । ଏଥି ସହିତ, ସୋସିଆଲ ମିଡିଆରେ ମା'- ଝିଅଙ୍କ ଏହି ଯୋଡିକୁ ବହୁତ ପସନ୍ଦ କରାଯାଉଛି, ହଜାର ହଜାର ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି ।

ଏହି ଭିଡିଓକୁ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ସମାୟରାଙ୍କୁ ଟ୍ୟାଗ କରି କ୍ୟାପସନ ଲେଖିଛନ୍ତି, କ'ଣ ଆମେ ସବୁବେଳେ ଏକାଠି ନାଚି ପାରିବୁ ? ଯଦିଓ ଇଣ୍ଡଷ୍ଟ୍ରିର ଅନେକ ବନ୍ଧୁ ଦିଆଙ୍କ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି, କିନ୍ତୁ ବୈଭବ ରେଖୀଙ୍କ ପ୍ରଥମ ପତ୍ନୀଙ୍କ କମେଣ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ସମାୟରାଙ୍କ ମା' ସୁନୈନା ରେଖୀ ମଧ୍ୟ ଏହି ଭିଡିଓରେ ଦିୟା ଏବଂ ସମାୟରାଙ୍କୁ ଟ୍ୟାଗ୍ କରି କମେଣ୍ଟ ଦେଇଛନ୍ତି ଏବଂ ଲେଖିଛନ୍ତି - ବହୁତ ଭଲ ଲାଗୁଛି, ସୁନ୍ଦର ଦେଖାଯାଉଛି ।

ସମାୟରା ହେଉଛନ୍ତି ଦିୟାଙ୍କ ସ୍ବାମୀ ବୈଭବ ରେଖୀଙ୍କ ପ୍ରଥମ ପତ୍ନୀ ସୁନୈନାଙ୍କ ଝିଅ । ଦିଆ ମିର୍ଜା ଗତ ବର୍ଷ ଫେବୃଆରୀ ମାସରେ ବୈଭବ ରେଖୀଙ୍କୁ ବିବାହ କରିଥିଲେ । ବିବାହର କିଛି ମାସ ପରେ ସେ ସୋସିଆଲ ମିଡିଆରେ ଗର୍ଭବତୀ ହେବାର ଖବର ପୋଷ୍ଟ କରିଥିଲେ । ଏଥି ସହିତ ସେ ଗତ ବର୍ଷ ମେ ମାସରେ ପୁଅ ଅଭ୍ୟାନ୍‌ଙ୍କୁ ଜନ୍ମଦିନ ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.