ETV Bharat / sitara

ଯନ୍ତ୍ରଣା ସହିବାର ଶକ୍ତି ବାପା-ମା'ଙ୍କଠୁ ଶିଖିଛନ୍ତି ଦିୟା

ତାପସୀ ପନ୍ନୁଙ୍କ ଚର୍ଚ୍ଚିତ ଫିଲ୍ମ ‘ଥପଡ’ ଜରିଆରେ ପୁଣି ପରଦାରେ ନଜର ଆସିବେ ‘ଦିୟା ମିର୍ଜା’। ଫିଲ୍ମ ପ୍ରମୋଶନରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି ସେ । ଚଳିତ ମାସ 28 ତାରିଖରେ ରିଲିଜ ହେବ ଏହି ଫିଲ୍ମ।

dia mirza
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିୟା ମିର୍ଜା
author img

By

Published : Feb 14, 2020, 3:31 AM IST

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ, ପ୍ରଯୋଜକ ଦିୟା ମିର୍ଜା ପୁଣିଥରେ ପରଦାକୁ ଫେରିବାକୁ ଯାଉଛନ୍ତି। ସେ ଅନୁଭମ ସିହ୍ନାଙ୍କ ଆଗାମୀ ଫିଲ୍ମ ‘ଥପଡ’ରେ ନଜର ଆସିବେ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ଚୁଲବୁଲି ତାପସୀ ପନ୍ନୁ। ଫିଲ୍ମଟି ଚଳିତ ମାସ 28 ତାରିଖରେ ରିଲିଜ ହେବାକୁ ଯାଉଛି।

ଘରୋଇ ହିଂସା ବିରୋଧରେ ଜଣେ ମହିଳାଙ୍କ ଲଢେଇ କାହାଣୀକୁ ନେଇ ଆଧାରିତ ଫିଲ୍ମ। ବର୍ତ୍ତମାନ ଫିଲ୍ମର ପ୍ରମୋଶନରେ ସେ ଖୁବ୍ ବ୍ୟସ୍ତ। ପ୍ରମୋଶନ ସମୟରେ ଦିୟା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବଡ ଖୁଲାସା କରିଛନ୍ତି। ଏହାସହ ସେ ସ୍ବାମୀ ସାହିଲ ସଂଘାଙ୍କଠାରୁ ଅଲଗା ହେବା ଯନ୍ତ୍ରଣା କିପରି ସହିଲେ ତାହା ନେଇ ମଧ୍ୟ ଅନେକ କଥା ସେୟାର କରିଥିଲେ।

ସେ କହିଥିଲେ ଯେ ସ୍ବାମୀଙ୍କଠାରୁ ଅଲଗା ହେବାର ଯନ୍ତ୍ରଣା ସହିବାର ଶକ୍ତି ସେ ନିଜ ପିତା-ମାତାଙ୍କ ଠାରୁ ଶିଖିଥିଲେ । କାରଣ ତାଙ୍କ ମାତା-ପିତା 34 ବର୍ଷ ପୂର୍ବରୁ ଅଲଗା ହୋଇଯାଇଥିଲେ। ଯେବେ ସେ ମାତ୍ର 4 ବର୍ଷରେ ସେହି ଦୁଃଖ ସହିପାରିଥିଲେ ତେବେ କଣ 38 ବର୍ଷ ବୟସରେ ଏହାକୁ ସହିପାରିବି ନାହିଁ । ଏହାର କୌଣସି କାରଣ ନାହିଁ। କାହାଠାରୁ ଅଲଗା ହେବା ନିଷ୍ପତ୍ତି ବହୁତ ବଡ ହୋଇଥାଏ । ହେଲେ ଆବଶ୍ୟକ ପଡିଲେ ଆପଣଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡିଥାଏ। ପୁରୁଷ ଓ ମହିଳା ପ୍ରାୟତଃ ଡର ପାଇଁ ନିଷ୍ପତ୍ତି ନେଇପାରନ୍ତି ନାହିଁ। କିନ୍ତୁ ଆପଣଙ୍କୁ ସାହସୀ ହେବାକୁ ପଡିବ।

ପ୍ରକାଶ ଥାଉକି 2014 ଅକ୍ଟୋବର 18ରେ ସାହିଲଙ୍କୁ ବିବାହ କରିଥିଲେ ଦିୟା । ଦିୟା ଓ ସାହିଲ ବିଜନେସ ପାର୍ଟନର ମଧ୍ୟ ଥିଲେ । ଗତବର୍ଷ ଅଗଷ୍ଟରେ ଦିୟା ସ୍ବାମୀଙ୍କ ଠାରୁ ଛାଡପତ୍ର ନେଇ ଅଲଗା ହୋଇଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.