ETV Bharat / sitara

ଆନନ୍ଦଙ୍କ ଫିଲ୍ମରେ ଜାହ୍ନବୀ, ଜାନୁଆରୀରେ ଆରମ୍ଭ ହେବ ସୁଟିଂ

author img

By

Published : Nov 30, 2020, 10:07 AM IST

ଜାହ୍ନବୀଙ୍କୁ ନେଇ ନୂଆ ଖବର । ତାମିଲ ହିଟ୍ ଫିଲ୍ମ ‘କୋଲାମାଭୁ କୋକିଲା’ ହିନ୍ଦୀ ରିମେକରେ ଆସିବେ ନଜର । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ‘ଧଡକ’ ଫେମ ଜାହ୍ନବୀ କପୁର ଖୁବଶୀଘ୍ର ନିଜର ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ସେ ଲୋକପ୍ରିୟ ନିର୍ମାତା ଆନନ୍ଦ ଏଲ ରାୟଙ୍କ ଦ୍ବାରା ପ୍ରଯୋଜିତ ହେବାକୁ ଯାଉଥିବା ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମ 2018ରେ ଆସିଥିବା ତାମିଲ ସୁପରହିଟ୍ ଫିଲ୍ମ ‘କୋଲାମାଭୁ କୋକିଲା’ ହିନ୍ଦୀ ରିମେକ । ଯାହାର ନିର୍ଦ୍ଦେଶନା କରିଥିଲେ ନେଲସନ ଦୀଲିପକୁମାର । ‘ଜାହ୍ନବୀ’ ଫିଲ୍ମରେ ସାଉଥ ଲୋକପ୍ରିୟ ଅଭିନେୟ୍ରକୀ ନୈନତାରାଙ୍କ ରୋଲରେ ଦେଖାଯିବେ । ଇତିମଧ୍ୟରେ ଫିଲ୍ମର ସୁଟିଂ ତାରିଖ ସାମ୍ନାକୁ ଆସିଛି ।

ଶୁଣିବାକୁ ମିଳୁଛି ଯେ ଆସନ୍ତା ବର୍ଷ ଜାନୁଆରୀ 9ରେ ଫିଲ୍ମର ସୁଟିଂ ଆରମ୍ଭ କରିବେ ମେକର୍ସ । ଯାହାପାଇଁ ଜାହ୍ନବୀ ଜାନୁଆରୀ 7 ତାରିଖରେ ପଞ୍ଜାବ ଯାତ୍ରା କରିବେ । ଏହି ଫିଲ୍ମଟି 45 ଦିନର ଏକ ସିଡ୍ୟୁଲରେ ଶେଷ ହେବ, ଯେଉଁଥିରେ ଜାହ୍ନବୀ ଏବଂ ବାକି କାଷ୍ଟଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ପଡିବ । କିଛି ଦିନ ପୂର୍ବରୁ ପଞ୍ଜାବରେ ସୁଟିଂ କରିବା ନିଷ୍ପତ୍ତି ନେଇଥିଲେ ମେକର୍ସ ।

ପ୍ରକାଶ ଥାଉକି ‘କୋଲାମାଭୁ କୋକିଲା’ ଏକ କ୍ରାଇମ, ଥ୍ରିଲର ଫିଲ୍ମ । ତାମିଲର ଏହି ଫିଲ୍ମକୁ ମିଳିଥିଲା ଦର୍ଶକଙ୍କ ଜବରଦସ୍ତ ପ୍ରଶଂସା । ଯଦି ଜାହ୍ନବୀଙ୍କ କଥା ହେବା ତାହାଲେ ଖୁବଶୀଘ୍ର ରାଜକୁମାର ରାଓଙ୍କ ସହ ପରଦାରେ ରୋମାନ୍ସ କରୁଥିବାର ନଜର ଆସିବେ । ଏହି ଯୋଡିଙ୍କୁ ଫିଲ୍ମ ‘ରୁହି ଅଫଜାନା’ରେ ଦେଖିବାକୁ ମିଳିବ । ସେହିପରି କାର୍ତ୍ତିକ ଆର୍ୟନଙ୍କ ସହ ଜାହ୍ନବୀ ‘ଦୋସ୍ତାନା 2’ରେ ମଧ୍ୟ ଅଭିନୟ କରୁଥିବାର ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.