ETV Bharat / sitara

କପୁର ପରିବାରରେ ଜାହ୍ନବୀଙ୍କ ବଡ ସମାଲୋଚକ, ଜାଣନ୍ତୁ କିଏ

ନିଜ ଭଉଣୀଙ୍କ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ଜାହ୍ନବୀ । ତାଙ୍କ ଫିଲ୍ମର ସଠିକ୍ ସମାଲୋଚନା କିଏ କରନ୍ତି ତାନେଇ ଖୋଲିଲେ ମୁହଁ । ଅଧିକ ପଢନ୍ତୁ...

author img

By

Published : Mar 22, 2021, 10:58 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ‘ଧଡକ’ ଫେମ ଜାହ୍ନବୀ କପୁରଙ୍କ ଅଭିନୀତ ହରର କମେଡି ଫିଲ୍ମ ‘ରୁହି’ ନିକଟରେ ରିଲିଜ ହୋଇଥିଲା । ଯେଉଁଥିରେ ତାଙ୍କ ସହ ରାଜକୁମାର ରାଓ ଓ ବରୁଣ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମକୁ କ୍ରିଟିକ୍ସ ଓ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଇତିମଧ୍ୟରେ ଜାହ୍ନବୀ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ । ସେ ନିଜ ପରିବାରର ସବୁଠୁ ବଡ ସମାଲୋଚକ ବିଷୟରେ ଜଣାଇଛନ୍ତି ।

ସେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ‘କପୁର ପରିବାରରେ ଜଣେ ମୋର ବଡ ସମାଲୋଚକ ଅଛନ୍ତି । ମୋ ସାନ ଭଉଣୀ ଖୁସି ମିଛରେ କିଛି କୁହନ୍ତି ନାହିଁ । ତାଙ୍କୁ ଯାହା ଭଲ ଲାଗେ ତାହା କୁହନ୍ତି ଆଉ ପ୍ରଶଂସା ମଧ୍ୟ କରନ୍ତି । ହେଲେ ମୋ ବଡ ଭଉଣୀ ଅଂଶୁଲା କପୁର ସବୁବେଳେ ପରଫେକ୍ଟ କ୍ରିଟିକ ପରି କୁହନ୍ତି । ଅଂଶୁଲା ତାଙ୍କ ମତ ଉପରେ ଅତ୍ୟନ୍ତ ସଚ୍ଚୋଟ ଏବଂ ସେ ତାଙ୍କୁ ଠିକ୍ ସ୍ଥାନରେ ପ୍ରଶଂସା କରନ୍ତି ।’

ଆହୁରି ମଧ୍ୟ ଜାହ୍ନବୀ ପ୍ରକାଶ କରିଛନ୍ତି ଯେ ସେ ତାଙ୍କ ଫିଲ୍ମର ସମୀକ୍ଷା ପଢନ୍ତି ଏବଂ ଗଠନମୂଳକ ସମାଲୋଚନା କରନ୍ତି | ସେ ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଛନ୍ତି ଯେଉଁଠାରେ ସେ ସଚ୍ଚୋଟ ମଣିଷଙ୍କ ପରି ତାଙ୍କ କାମର ପ୍ରଶଂସା କରିବା ସହ ସମାଲୋଚନା ମଧ୍ୟ କରନ୍ତି ।

ପ୍ରକାଶ ଥାଉକି ଆନନ୍ଦ ଏଲ ରୟଙ୍କ ଆଗାମୀ ଫିଲ୍ମ ‘ଗୁଡ୍ ଲକ୍ ଜେରି’ ସୁଟିଂ ଶେଷ କରି ଜାହ୍ନବୀ ୟୁଏସ ଯାତ୍ରା କରିଛନ୍ତି । ଯେଉଁଠାରେ ସେ ନିଜ ସାନ ଭାଉଣୀ ଖୁସିଙ୍କ ଅଭିନୟ ସ୍ବପ୍ନକୁ ପୂରଣ କରିବାକୁ ସହଯୋଗ କରିବେ । ଯଦି ତାଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ କାର୍ତ୍ତିକ ଆର୍ୟନଙ୍କ ସହ ‘ଦୋସ୍ତାନା 2’ରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.