ହାଇଦ୍ରାବାଦ: ‘ଭାରତ’ ଫିଲ୍ମର ନାମକୁ ପରିବର୍ତ୍ତନ ପାଇଁ କରାଯାଇଥିବା ଅପିଲକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛି । ବିଚାରପତି ଜେ ଆର ମିଦ୍ଦା ଓ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠ ଯାଚିକାକୁ ଭିତ୍ତିହିନ କହି ଖାରଜ କରିଛନ୍ତି । ବିଚାରପତିଙ୍କ କହିବା କଥା ଅଭିଯୋଗକାରୀ କେବଳ ଟ୍ରେଲର ଦେଖି ଅଭିଯୋଗ କରିଛନ୍ତି ।
ଖଣ୍ଡପୀଠ କୋର୍ଟରୁମରେ ଫିଲ୍ମକୁ ଦେଖିଥିଲେ । ସମ୍ପୁର୍ଣ୍ଣ ଫିଲ୍ମ ଦେଖିବା ପରେ ଖଣ୍ଡପୀଠ ନିଷ୍ପତ୍ତି ନେଇଥିଲେ । ତେବେ ‘ଭାରତ’ ବିରୋଦ୍ଧରେ ବିକାଶ ତ୍ୟାଗି ନାମକ ଜଣେ ବ୍ୟକ୍ତି ଅଭିଯୋଗ ଆଣିଥିଲେ କି, ‘ଭାରତ’ର ନାମକୁ କୌଣସି ବ୍ୟବହାରିକ ପ୍ରୟୋଜନରେ ବ୍ୟବହାର କରାଯିବା ଉଚିତ ନୁହେଁ ।
ତ୍ୟାଗିଙ୍କ କହିବା କଥା ଧାରା-3 ଅନୁଯାୟୀ କୌଣସି ବ୍ୟାପାର ଅଥବା ନିଜସ୍ବ କାମରେ ଭାରତର ନାମକୁ ପ୍ରୟୋଗ କରାଯିବା ଉଚିତ ନୁହେଁ । ତେବେ ‘ଭାରତ’ ଫିଲ୍ମ ଚଳିତ ବର୍ଷ ଇଦରେ ରିଲିଜ ହେବ ।