ETV Bharat / sitara

ଗିରଫ ଭୟରେ କୋର୍ଟରେ ପହଞ୍ଚିଲେ କଙ୍ଗନା

author img

By

Published : Sep 20, 2021, 4:25 PM IST

ଲିରିସିଷ୍ଟ ଜାଭେଦ ଅଖତରଙ୍କ ମାନହାନୀ ମାମଲା । ଆଜି(ସୋମବାର) କୋର୍ଟରେ ପହଞ୍ଚିଛନ୍ତି କଣ୍ଟ୍ରୋଭର୍ସି କ୍ବିନ କଙ୍ଗନା । କୋର୍ଟରେ ହାଜନ ନ ହେଲେ ତାଙ୍କୁ ଗିରଫ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅଧିକ ପଢନ୍ତୁ...

ଗିରଫ ଭୟରେ କୋର୍ଟରେ ପହଞ୍ଚିଲେ କଙ୍ଗନା
ଗିରଫ ଭୟରେ କୋର୍ଟରେ ପହଞ୍ଚିଲେ କଙ୍ଗନା

ମୁମ୍ବାଇ: ଲିରିସିଷ୍ଟ ଜାଭେଦ ଅଖତରଙ୍କ ମାନହାନି ମାମଲାରେ କୋର୍ଟରେ ନ ପହଞ୍ଚିଲେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଗିରଫ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଗିରଫ ଭୟରେ ଆଜି(ସୋମବାର) ଅନ୍ଧେରୀ କୋର୍ଟରେ ପହଞ୍ଚିଛନ୍ତି କଣ୍ଟ୍ରୋଭର୍ସି କ୍ବିନ କଙ୍ଗନା । ଏହି ମାମଲା 15 ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ତେବେ ଅକ୍ଟୋବର ୧ ତାରିଖରେ ଶୁଣାଣି ହେବ ବୋଲି କଙ୍ଗନାଙ୍କ ଓକିଲ କହିଛନ୍ତି ।

ଜାଭେଦ ଏହି ମାନହାନୀ ମକଦ୍ଦମା ଅଭିଯୋଗ ଆଣିଥିବା ବେଳେ ସେପ୍ଟେମ୍ବର ୧୪ ତାରିଖ ପୂର୍ବରୁ କଙ୍ଗନାଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା । କଙ୍ଗନାଙ୍କ ଆଇନଜୀବୀ ସିଦ୍ଦିକିଙ୍କ ସୂଚନା ଅନୁସାରେ କଙ୍ଗନାଙ୍କୁ କୋରୋନା ମହାମାରୀ ଲକ୍ଷଣ ଦେଖା ଦେଇଥିବାରୁ ସେ ପୂର୍ବରୁ କୋର୍ଟରେ ପହଞ୍ଚିନଥିଲେ । ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଆର. ଆର ଖାନ କଙ୍ଗନାଙ୍କୁ ଶେଷ ସୁଯୋଗ ଦେଇଥିଲେ କୋର୍ଟରେ ପହଞ୍ଚିବା ଲାଗି । ତେବେ ସେ ନିର୍ଦ୍ଦେଶ ଅନୁସାରେ ଆଜି କୋର୍ଟରେ ହାଜର ନ ହୋଇଥିଲେ କୋର୍ଟ ନିୟମ ଅବମାନନା ପାଇଁ ତାଙ୍କୁ ଗିରଫ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ।

ଏହା ବି ପଢନ୍ତୁ: କଙ୍କନାଙ୍କ ଉପରେ ଖପ୍ପା କୋର୍ଟ, ହାଜର ନହେଲେ ଦେଖିବେ ହାଜତ !

ଏହାସହିତ କଙ୍ଗନା କୋର୍ଟରେ ହାଜର ନ ହେଲେ ଲିରିସିଷ୍ଟ ଅଖତର ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଆଣିପାରିବେ ବୋଲି ମଧ୍ୟ କୁହାଯାଇଥିଲା । ସେପଟେ କଙ୍ଗନା ଏହି ଅଭିଯୋଗକୁ ମିଥ୍ୟା ବୋଲି କହି ଅନ୍ୟ ଏକ ମାମଲା ରୁଜୁ କରିଥିଲା । କିନ୍ତୁ କୋର୍ଟ ରବିବାର ଏହାକୁ ଖାରଜ କରିଛନ୍ତି । ଏ ସମ୍ପର୍କରେ ଶୁଣାଣିକୁ କୋର୍ଟ ଗତ ସେପ୍ଟେମ୍ବର ୧ ତାରିଖରେ ସ୍ଥଗିତ ରଖିଥିଲେ । ଏକ ମିଡିଆ ରିପୋର୍ଟକୁ ଦେଖି କଙ୍ଗନାଙ୍କ ବିରୋଧରେ ଇଣ୍ଡିଆନ ପେନାଲ କୋଡ ୪୯୯ ଓ ୫୦୦ ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ଅଖତରଙ୍କ ଅଭିଯୋଗ ଅନୁଯାୟୀ ସେ ବଲିଉଡ ସୁଇସାଇଡ ଗ୍ୟାଙ୍ଗ ମଧ୍ୟରେ ରହିଛନ୍ତି ବୋଲି କଙ୍ଗନା ଏକ ଗଣମାଧ୍ୟମକୁ କହିଥିଲେ । ତେବେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଏଭଳି ମନ୍ତବ୍ୟ ଦେଇଥିଲେ କଙ୍ଗନା । କଙ୍ଗନାଙ୍କ ଏହି ବୟାନକୁ ଭିତ୍ତି କରି ଜାଭେଦ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.