ETV Bharat / sitara

ଶୋଇବା ଅଭିଯାନ ଆରମ୍ଭ କଲେ ଦୀପିକା - karan johar

ସୋସିଆଲ ମିଡିଆରେ ନୂଆ ଅଭିଯାନ ଆରମ୍ଭ କଲେ ଦୀପିକା ପାଦୁକୋନ । ଏହି ଅଭିଯାନ ଜରିଆରେ ସବୁ ଷ୍ଟାର୍ସ ନିଜ ନିଜର ଶୋଇବା ଫଟୋ ସେୟାର କରି ଦୀପିକାଙ୍କୁ ସମର୍ଥନ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
author img

By

Published : Jun 4, 2019, 10:15 PM IST

ମୁମ୍ବାଇ: ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ଇତିମଧ୍ୟରେ ସେ ସୋସିଆଲ ମିଡିଆରେ #AllSleepMatters Movement ଅଭିଯାନ ଆରମ୍ଭ କରିଛନ୍ତି । ଦୀପିକା ଜଣେ ସଚେତନ ମହିଳା ରୂପେ ମଧ୍ୟ ଜଣାଶୁଣା । ବର୍ତ୍ତମାନ ସେ ଏହି ଅଭିଯାନ ଆରମ୍ଭ କରି ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ।

ଯେଉଁଥିରେ ଲେଖାଯାଇଛି, "ଶୋଇବାକୁ ଅଳସୁଆ କାହିଁକି ବୁଝାଯାଇଛି । ଶୀଘ୍ର ଶୋଇବା ଭଲ ଅଭ୍ୟାସ ବୋଲି କୁହାଯାଇଥାଏ । #AllSleepMatters ଅଭିଯାନ ଆରମ୍ଭ କରୁଛି ।" ଏହି ଅଭିଯାନ ଆରମ୍ଭ କରି ଦୀପିକା ସାବ୍ୟସ୍ତ କରିଦେଇଛନ୍ତି ଯେ ସେ ମଧ୍ୟ ଅଧିକ ସମୟ ଶୋଇବାକୁ ପସନ୍ଦ କରନ୍ତି ।

ଏହି ଅଭିଯାନକୁ ସମର୍ଥନ କରି ଜୁନିୟର ବଚ୍ଚନ ଅଭିଷେକ ସୋସିଆଲ ମିଡିଆରେ ଦୀପିକାଙ୍କୁ ଥମ୍ପସ ଅପ କରିଛନ୍ତି । ଅନ୍ୟପଟେ ସୋନମ କପୁର ଓ କରନ ଜୋହର ମଧ୍ୟ ଶୋଇବାର ଫଟୋ ସେୟାର କରିଛନ୍ତି । ସୋନମ ଯେଉଁଠାରେ ବିନା ମେକଅପରରେ ବେଡରେ ଶୋଇଥିବାର ନଜର ଆସୁଛନ୍ତି ସେହିଠାରେ କରନ ମଧ୍ୟ ଇନଷ୍ଟାଷ୍ଟୋରୀରେ ଶୋଇବା ଫଟୋ ସହ ବେଡଫାଇ ଲେଖିଥିବାର ଦେଖାଯାଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.