ମୁମ୍ବାଇ: ଏନର୍ଜେଟିକ ଆକ୍ଟର ରଣବୀର ସିଂଙ୍କ ଅନ୍ଦାଜ ସମସ୍ତଙ୍କ ଠାରୁ ହଟକେ । ସେ ଯାହା ବି କରନ୍ତି ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଥାଏ । ଜୁଲାଇ 6ରେ 34 ବର୍ଷରେ ପାଦ ଥାପିଥିବା ରଣବୀର ବର୍ଫ ଗୋଲା ଖାଉଥିବାର ଗୋଟିଏ ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ଘୁରି ବୁଲୁଛି । ଯାହାକୁ ସେୟାର କରିଛନ୍ତି ତାଙ୍କ ପତ୍ନୀ ଦୀପିକା ପାଦୁକୋନ ।
ସବୁଠାରୁ ମଜାଦାର କଥା ହେଲା କି ଏହି ଫଟୋଟି ରଣବୀରଙ୍କ ପିଲା ବେଳର । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ସେୟାର କରି ଦୀପିକା ଲେଖିଛନ୍ତି, "ସମ୍ବେଦନଶୀଳ ଏବଂ ଇମୋଶନାଲ, ଦାୟିତ୍ବବାନ ଲୋକ, ଦୟାଳୁ ଏବଂ ଜେଣ୍ଟେଲ, ଫନି ଏବଂ ଇଣ୍ଟେଲେଜେଣ୍ଟ ସବ ଗୁଣ ତୁମ ପାଖରେ, ଏହାଠାରୁ ମଧ୍ୟ ଅଧିକ ତୁମେ । ମୋ ସ୍ବାମୀ, ବନ୍ଧୁ, ପ୍ରେମୀ, ବିଶ୍ବାସପାତ୍ର, ମୋ ଛୁଆ, ମୋର କୁନି ପିଲା, ମୋର ସନସାଇନ, ମୋର ଇନ୍ଦ୍ରଧନୁ, ସବୁବେଳେ ଏମିତି ରୁହ, ଆଇ ଲଭ ୟୁ ।"
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ଏହି ଯୋଡି ସୋସିଆଲ ମିଡିଆରେ ପରସ୍ପର ପ୍ରତି ନିଜ ନିଜର ପ୍ରେମ ଜାହିର କରିବାରେ କେବେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ଖାଲି ସୋସିଆଲ ମିଡିଆରେ ନୁହେଁ ସବୁ ସ୍ଥାନରେ ମଧ୍ୟ ଦୁଇଜଣଙ୍କ ନିବିଡ ପ୍ରେମ ଦେଖିବାକୁ ମିଳିଥାଏ ।
ଦୁଇଜଣ ବହୁ ପ୍ରତିକ୍ଷିତ ଫିଲ୍ମ '83'ରେ ବିବାହ ପରେ ଏକାଠି କାମ କରିବାକୁ ଯାଉଛନ୍ତି । 1983 ବିଶ୍ବକପ ଉପରେ ଆଧାରିତ ଏହି ଫିଲ୍ମରେ ଲେଜେଣ୍ଡ କପିଲ ଦେବଙ୍କ ଭୂମିକାରେ ରଣବୀର ନଜର ଆସିବାବେଳେ ଦୀପିକା, କପିଲଙ୍କ ପତ୍ନୀ ଭୂମିକାରେ ଦେଖାଯିବେ ।