ETV Bharat / sitara

କ୍ୟାଟଙ୍କ ଉପରେ ଦୀପିକାଙ୍କ ସାଙ୍ଘାତିକ ଅଭିଯୋଗ !

ସୋସିଆଲ ମିଡିଆରେ କ୍ୟାଟଙ୍କ ଉପରେ ଅଭିଯୋଗ ଲଗାଇଲେ ଦୀପିକା ପାଦୁକୋନ। ଅଧିକ ପଢନ୍ତୁ...

_deepika padukone
ଡିଜାଇନ ଫଟୋ
author img

By

Published : Mar 27, 2020, 12:42 PM IST

ମୁମ୍ବାଇ: କୋରୋନା ଭାଇରସ ପାଇଁ ସବୁ ବଲିଉଡ ଷ୍ଟାର୍ସ ବର୍ତ୍ତମାନ ନିଜ ନିଜ ଘରେ ସମୟ ବତାଉଛନ୍ତି। ଘରେ ବସିଥିବା ସବୁ ସେଲିବ୍ରିଟି ଘରର କାମ ମଧ୍ୟ ନିଜେ କରୁଛନ୍ତି। କାରଣ ଦେଶ ଲକଡାଉନ ଥିବା ପାଇଁ ଷ୍ଟାର୍ସଙ୍କ ମେଡ ଏବେ ଛୁଟିରେ ଅଛନ୍ତି। ନିକଟରେ ଫେମସ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଘରେ ବାସନ ସଫା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ବର୍ତ୍ତମାନ ତାଙ୍କର ଏହି ଭିଡିଓ ଉପରେ ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନଙ୍କ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

ସେ କ୍ୟାଟଙ୍କ ଭିଡିଓ ସେୟାର କରି ଚୋରିର ଅଭିଯୋଗ ଲଗାଇଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି, ‘ମତେ ଏହା ଜଣାଇ ଦୁଃଖ ଲାଗୁଛି ଯେ ସିଜନ 1ର ପଞ୍ଚମ ଏପିସୋଡ ଏବେ ରଦ୍ଦ କରାଯାଉଛି। କାରଣ କ୍ୟାଟ୍ରିନା କୈଫ ମୋ ଆଇଡିଆ ଚୋରି କରିଛନ୍ତି।’

ସେପଟେ କ୍ୟାଟ ମଧ୍ୟ ଦୀପିକାଙ୍କୁ ଶାନଦାର ଜବାବ ଦେଇ ଲେଖିଛନ୍ତି, ‘ମୁଁ ମୋ ସହଯୋଗୀ ରୁପାଲି, (ହାଉସ ଷ୍ଟାଫ)ଙ୍କ ପାଖରୁ ଏହାର ଅଧିକାର ପ୍ରାପ୍ତ କରିଛି। ଆପଣ ସୁରକ୍ଷିତ ରୁହନ୍ତୁ। ଲଭ ୟୁ।’ ଏବେ ଆପଣ ବୁଝିସାରିଥିବେ ଯେ ଦୁଇ ଅଭିନେତ୍ରୀ ସୋସିଆଲ ମିଡିଆରେ ମଜାମସ୍ତି କରୁଛନ୍ତି ବୋଲି।

ପ୍ରକାଶ ଥାଉକି ଦୀପିକାଙ୍କ ପୂର୍ବରୁ ଅର୍ଜୁନ କପୁର ମଧ୍ୟ କ୍ୟାଟଙ୍କ ଏହି ପୋଷ୍ଟରେ କମେଣ୍ଟ କରି ଲେଖିଥିଲେ, ‘କାନ୍ତାବେନ 2.0’ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.