ETV Bharat / sitara

କୋରୋନାରୁ ସୁସ୍ଥ ହେଲେ ଦୀପିକାଙ୍କ ବାପା - କୋରୋନାରୁ ସୁସ୍ଥ ହେଲେ ଦୀପିକାଙ୍କ ବାପା

ଏବେ ଦୀପିକାଙ୍କ ବାପା ପ୍ରକାଶ ପାଦୁକୋନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ତେବେ ବର୍ତ୍ତମାନ ଅଭିନେତ୍ରୀଙ୍କ ବାପା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଅଧିକ ପଢନ୍ତୁ...

deepika-padukone-s-father-prakash-padukone-discharged-from-hospital-after-recovering-from-covid-19
କୋରୋନାରୁ ସୁସ୍ଥ ହେଲେ ଦୀପିକାଙ୍କ ବାପା
author img

By

Published : May 13, 2021, 8:15 PM IST

ନୂଆଦିଲ୍ଲୀ : ଦେଶରେ କୋରୋନା ଭାଇରସ ମାମଲା ହୁହୁ ହୋଇ ବଢିବାରେ ଲାଗିଛି । ବହୁ ଚଳଚ୍ଚିତ୍ର ତାରକା କୋରୋନା ମହାମାରୀରେ ଆକ୍ରାନ୍ତ ହେଉଛନ୍ତି । ଅନେକ ତାରକା ଏହି ମହାମାରୀକୁ ପରାସ୍ତ କରିଥିବାବେଳେ କିଛି ତାରକା ଅଛନ୍ତି ଯିଏ ଏବେ ମଧ୍ୟ କୋରୋନା ସଂକ୍ରମିତ ହେଉଛନ୍ତି ।

ଏସବୁ ମଧ୍ୟରେ ଏବେ ଦୀପିକାଙ୍କ ବାପା ପ୍ରକାଶ ପାଦୁକୋନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି ।

କିଛି ଦିନ ପୂର୍ବରୁ, ଦୀପିକାଙ୍କ ବାପା, ମା’ ଏବଂ ଭଉଣୀ ଅନିଶା କୋରୋନା ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କ ବାପାଙ୍କୁ ମେ ୧ ରେ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ଅଭିନେତ୍ରୀଙ୍କ ବାପା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।

ପ୍ରକାଶ ଥାଉ ଯେ, ଏହି ସୂଚନା ଦୀପିକାଙ୍କ ପରିବାରର ଘନିଷ୍ଠ ବନ୍ଧୁ ୟୁ ବିମଲ କୁମାର ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.