ହାଇଦ୍ରାବାଦ: ସୁପରଷ୍ଟାର ଶାହରୁଖ ଖାନ 'ପଠାନ' ଫିଲ୍ମ ଜରିଆରେ ବଡ ପରଦାକୁ ଫେରିବେ । ଯେଉଁଥିରେ ଜନ ଆବ୍ରାହମ୍, ଦୀପିକା ପାଦୁକୋନ, ଡିମ୍ପଲ କାପାଡିଆ ମଧ୍ୟ ଅଭିନୟ କରିବେ ବୋଲି ଜଣାଯାଇଛି । ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇନାହିଁ । ହେଲେ ଫିଲ୍ମ ପାଇଁ ଦୀପିକା ରବିବାର ଠାରୁ ସୁଟିଂ ଆରମ୍ଭ କରିଥିବା ଜଣାପଡିଛି ।
- " class="align-text-top noRightClick twitterSection" data="
">
ଖବର ଅନୁଯାୟୀ, ଦୀପିକା 'ପଠାନ' ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ରବିବାର ସକାଳେ ଫିଲ୍ମ ସେଟରୁ ତାଙ୍କ ଏକ ଚିତ୍ର ସାମ୍ନାକୁ ଆସିବା ପରେ ଦୀପିକା 'ପଠାନ' ସେଟରେ ଯୋଗ ଦେବା ଖବର ଭାଇରାଲ ହେବାରେ ଲାଗିଛି । ପିକୁ ଷ୍ଟାର ଦୀପିକା ସେଡ୍ୟୁଲ ଶେଷ ଯାଏଁ ଶାହାରୁଖଙ୍କ ସହ ସୁଟିଂ କରିବେ ଯାହାକି 15-20 ଦିନ ଯାଏଁ ଚାଲିବ ବୋଲି କୁହାଯାଉଛି । ୟସ୍ ରାଜ ଫିଲ୍ମ ତଥା ପଠାନ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମ ପ୍ରୋଜେକ୍ଟ ଉପରେ କୌଣସି ସୂଚନା ଦେଇନଥିବା ବେଳେ ଲାଟେଷ୍ଟ ଗୁଜବରୁ ଜଣାପଡିଛି ଯେ ଦୀପିକା ଏଥିରେ ଏକ ମାଇଣ୍ଡ ବ୍ଲୋଇଙ୍ଗ କ୍ୟାରେକ୍ଟରରେ ନଜର ଆସିବେ ।
ଫେବୃଆରୀରରେ ଭାରତୀୟ ଫିଲ୍ମ ସମାଲୋଚକ ତଥା ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ ନିଶ୍ଚିତ କରିଛନ୍ତି ଯେ SRKଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ପଠାନ' 2021ରେ ରିଲିଜ ହେବା ପରିବର୍ତ୍ତେ 2022ରେ ରିଲିଜ କରାଯିବା ପାଇଁ ଯୋଜନା କରାଯାଇଛି । ନିକଟରେ ୟଶ ରାଜ ଫିଲ୍ମସ୍ ତାର 2021 ସ୍ଲେଟ ଘୋଷଣା କରିଛି । ପ୍ରାୟ 3 ବର୍ଷର ବ୍ୟବଧାନ ପରେ 'ପଠାନ' ଫିଲ୍ମରେ ଶାହାରୁଖ ବଡ ପରଦାକୁ ଫେରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ