ମୁମ୍ବାଇ: ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ନିଜ ଫ୍ୟାନ୍ସଙ୍କ ପାଇଁ ନିଜର ବୋଲ୍ଡ ଫଟୋ ସେୟାର କରୁଥିବାର ନଜର ଆସନ୍ତି । ହେଲେ ଅନେକ ଥର ନିଜ ଫଟୋ ପାଇଁ ତାଙ୍କୁ ଟ୍ରୋଲର୍ସଙ୍କ ମଧ୍ୟ ସାମ୍ନା କରିବାକୁ ପଡିଛି । ଇତି ମଧ୍ୟରେ ପୁଣି ଥରେ ସେ ସୋସିଆଲ ମିଡିଆରେ ନିଜ ଆଉଟଫିଟକୁ ନେଇ ହଟହଟା ହୋଇଛନ୍ତି । ଟ୍ରୋଲର୍ସଙ୍କ ସହ ତାଙ୍କ ସ୍ବାମୀ ତଥା ଲୋକପ୍ରିୟ ଅଭିନେତା ରଣବୀର ସିଂଙ୍କ କମେଣ୍ଟ ମଧ୍ୟ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ନିକଟରେ ଦୀପିକା ଏକ ଆୱାର୍ଡ ଶୋ’ରେ ସାମିଲ ହୋଇଥିଲେ । ସବୁଥର ପରି ଏଥିରେ ମଧ୍ୟ ତାଙ୍କ ନୂଆ ଅନ୍ଦାଜରେ ଦେଖିବାକୁ ପାଇଥିଲେ ଫ୍ୟାନ୍ସ । ସେପଟେ ସେ ସୋସିଆଲ ମିଡିଆରେ ନିଜର ଅନେକ ଫଟୋ ସେୟାର କରିଥିଲେ। ଯେଉଁଠାରେ ତାଙ୍କ ଏହି ଫଟୋକୁ କିଛି ପସନ୍ଦ କରିଥିବା ବେଳେ ଆଉ କିଛି ତାଙ୍କୁ ଏଥିପାଇଁ ଟ୍ରୋଲ କରିଥିଲେ । ହେଲେ ରଣବୀରଙ୍କୁ ଦୀପିକାଙ୍କ ଏହି ଫଟୋ ଖୁବ୍ ପସନ୍ଦ ଆସିଛି ।
- " class="align-text-top noRightClick twitterSection" data="
">
ଆୱାର୍ଡ ଶୋ’ରେ ଦୀପିକା କଳା ରଙ୍ଗର ଆଉଟଫିଟରେ ନଜର ଆସିଥିଲେ । ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଥିଲେ, ‘ବଲମା ବଲମା, ଫ୍ୟାଶନ କା ହେ ୟେ ବଲମା।’ ତାଙ୍କ ଫଟୋରେ ରଣବୀରଙ୍କ ମଜାଦାର କମମେଣ୍ଟ ଦେଖିବାକୁ ମିଳୁଛି। ସେ କମେଣ୍ଟରେ ଲେଖିଛନ୍ତି, ‘ତୁମକୁ ଏକୁଟିଆ ଛାଡିବା କଥା ନୁହେଁ।’