ETV Bharat / sitara

ଦୀପିକାଙ୍କ ପରିବାର କୋରୋନା ପଜିଟିଭ

author img

By

Published : May 4, 2021, 5:27 PM IST

ଦେଶରେ କୋରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ହେବାରେ ଲାଗିଛନ୍ତି ଅନେକ ସେଲିବ୍ରିଟି । ଏବେ ବଲିଉଡ ଅଭିନେତ୍ରୀ ଦୀପିକାଙ୍କ ପିତା ପ୍ରକାଶ ପାଦୁକୋନ, ମାଁ ଉଜାଲା ପାଦୁକୋନ ଏବଂ ଭଉଣୀ ଅନିଶା ପାଦୁକୋନଙ୍କ କୋରୋନା ପଜିଟିଭ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

deepika-padukone-father-prakash-padukone-mother-and-sister-tests-positive-for-covid-19
ଦୀପିକାଙ୍କ ପୁରା ପରିବାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ କୋରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ହେବାରେ ଲାଗିଛନ୍ତି ଅନେକ ସେଲିବ୍ରିଟି । ଏବେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପିତା ପ୍ରକାଶ ପାଦୁକୋନ, ମାଁ ଉଜାଲା ପାଦୁକୋନ ଏବଂ ଭଉଣୀ ଅନିଶା ପାଦୁକୋନଙ୍କ କୋରୋନା ପଜିଟିଭ ବୋଲି ଜଣାପଡିଛି ।

ଏବେ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ପ୍ରକାଶ ପାଦୁକୋନ । ଏହି ସପ୍ତାହ ଶେଷ ସୁଦ୍ଧା ତାଙ୍କୁ ଡିସଚାର୍ଜ କରାଯିବ ବୋଲି କୁହାଯାଉଛି । ପ୍ରକାଶ 1980 ରେ ସମ୍ମାନଜନକ ଅଲ ଇଂଲଣ୍ଡ ଚାମ୍ପିଅନସିପ ଟାଇଟେଲ ଜିତିଥିବା ପ୍ରଥମ ଭାରତୀୟ ।

ପ୍ରକାଶଙ୍କ ଘନିଷ୍ଠ ବନ୍ଧୁ ବିମଲ କୁମାର କହିଛନ୍ତି ଯେ, '10 ଦିନ ପୂର୍ବରୁ ପ୍ରକାଶ, ତାଙ୍କ ପତ୍ନୀ ଏବଂ ଝିଅ ଅନିଶା ତାଙ୍କର କୋରୋନା ଟେଷ୍ଟ କରିଥିଲେ । ଯାହାର ରିପୋର୍ଟ ପଜିଟିଭ ବାହାଥିଲା । ସମସ୍ତେ ନିଜକୁ ଆଇସୋଲେଟ କରିଥିଲେ କିନ୍ତୁ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ପ୍ରକାଶଙ୍କ ଜ୍ବର କମି ନଥିଲା । ଏଭଳି ପରିସ୍ଥିତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ବର୍ତ୍ତମାନ ଭଲ ଅଛନ୍ତି । ପତ୍ନୀ ଏବଂ ଝିଅ ଘରେ ଅଛନ୍ତି । ଆଶା କରାଯାଏ ଯେ ପ୍ରକାଶ 2 ରୁ 3 ଦିନ ମଧ୍ୟରେ ଡିସଚାର୍ଜ ହେବେ ।

ପ୍ରକାଶ ଥାଉ ଯେ,ନିକଟରେ ବି-ଟାଉନର ପଦ୍ମାବତୀ ଦୀପିକା କୋରୋନାର ବଢୁଥିବା ପ୍ରକୋପ ଦେଖି ମାନସିକ ସ୍ବାସ୍ଥ୍ୟ ସମସ୍ତଙ୍କ ଠିକ୍ ରଖିବା ପାଇଁ ହେଲ୍ପଲାଇନ ନଂ ସେୟାର କରିଛନ୍ତି । କାରଣ ସେ ଦୀର୍ଘ ସମୟରୁ ଲିଭ ଲଭ ଲାଫ୍ ଫାଉଣ୍ଡସେନ ଜରିଆରେ ଲୋକଙ୍କ ମାନସିକ ସ୍ବାସ୍ଥ୍ୟବସ୍ଥା ଉପରେ କାମ କରିଆସୁଛନ୍ତି । ଆଉ ଦେଶର ବର୍ତ୍ତମାନ ପରିସ୍ଥିତିକୁ ନେଇ ଚିନ୍ତାରେ ଆସୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ସେ ସାମ୍ନାକୁ ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.