ମୁମ୍ବାଇ: ଗତ ବର୍ଷ ବଲିଉଡରେ ମି ଠୁ ନିଆଁ ଏମିତି ଲାଗିଥିଲା ଯେ ଅନେକ ଅଭିନେତାଙ୍କୁ ନିଜ ସମ୍ମାନ ହରାଇବାକୁ ପଡିଥିଲା । ତନୁଶ୍ରୀ ଦତ୍ତାଙ୍କ ଠାରୁ ବଲିଉଡରେ ଆରମ୍ଭ ହୋଇଥିବା ମି ଠୁ ଅଭିଯାନ ଜରିଆରେ ଅନେକ ଅଭିନେତ୍ରୀ ନିଜ ଯୌନ ଶୋଷଣ ବିରୋଧରେ ସ୍ବର ଉଠାଇଥିଲେ । ଏବର୍ଷ ଦଶହରା ଅବସରରେ ଲୋକପ୍ରିୟ ଗାୟିକା ସୋନା ମହାପାତ୍ର ପୁଣିଥରେ ମି ଠୁ ଅଭିଯାନ ସୋସିଆଲ ମିଡିଆରେ ଆରମ୍ଭ କରିଥିଲେ । ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ।
ସେ ପ୍ରଶ୍ନ କରିଛନ୍ତି ଯେ କାହିଁକି କେହି ସ୍ପୋର୍ଟ୍ସ ବ୍ୟକ୍ତିତ୍ବଙ୍କୁ ଯୌନ ଶୋଷଣ ବିଷୟରେ ପଚାରୁନାହାଁନ୍ତି । ଏକ ସାକ୍ଷାତକାରରେ ଯୋଗ ଦେଇ ଏହି କଥାର ଆଲୋଚନା କରିଥିଲେ ଦୀପିକା। ସେ କେବେ ମଧ୍ୟ ଦେଖିନାହାଁନ୍ତି କି କେହି ମଧ୍ୟ କ୍ରିକେଟରଙ୍କୁ ମି ଠୁ ଅଭିଯାନ ବିଷୟରେ କହିବାର । କିନ୍ତୁ ସବୁ ଅଭିନେତାଙ୍କୁ ଏହା ବିଷୟରେରେ ପଚାରାଯାଉଛି ।
ଯୌନ ଶୋଷଣ ଏମିତି ଜିନିଷ ନୁହେଁ ଯାହା କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ହିଁ ହେଉଛି । ଏବେ ସେ କହିବାର ସ୍ଥାନରେ ନାହାଁନ୍ତି କି ସେ ନିଜକୁ ଗୋଟିଏ ମଞ୍ଚରେ ଖୁଲାସା କରିବେ। କେବଳ ଅଭିନେତାଙ୍କୁ ଏପରି ଜିନିଷ କାହିଁକି ପଚରାଯାଉଛି ବୋଲି କହିଥିଲେ ଦୀପିକା ।
ପ୍ରକାଶ ଥାଉକି ଦୀପିକା ଖୁବ୍ ଶୀଘ୍ର ନିର୍ଦ୍ଦେଶିକା ମେଘନା ଗୁଲଜାରଙ୍କ ‘ଛପାକ’ ଫିଲ୍ମରେ ନଜର ଆସିବେ । ଫିଲ୍ମକୁ ଆସନ୍ତା ବର୍ଷ ଜାନୁଆରୀରେ ରିଲିଜ କରିବାକୁ ସ୍ଥିର କରିଛନ୍ତି ମେକର୍ସ । ଯାହାର ସୁଟିଂ ନିକଟରେ ଶେଷ କରିଥିଲେ ଦୀପିକା । ଏହା ବ୍ୟତୀତ ସେ ବିବାହ ପରେ ପ୍ରଥମଥର ସ୍ବାମୀ, ଅଭିନେତା ରଣବୀର ସିଂଙ୍କ ସହ ଏକାଠି ପରଦାରେ ମଧ୍ୟ ନଜର ଆସିବେ । ସ୍ପୋର୍ଟ୍ସ ବାୟୋପିକ ଫିଲ୍ମ ‘83’ରେ ପତି-ପତ୍ନୀଙ୍କ ପୁରୁଣା କେମେଷ୍ଟ୍ରି ଦେଖିବାକୁ ମିଳିବ । ଯାହାର ସୁଟିଂ ସୋମବାର ଶେଷ କରିଛନ୍ତି ଷ୍ଟାର-କାଷ୍ଟ ।