ETV Bharat / sitara

ଭାଲେଣ୍ଟାଇନ ଡେକୁ ଖାସ୍ କରିବେ ଖିଲଜି-ପଦ୍ମାବତୀ

author img

By

Published : Feb 8, 2020, 4:11 AM IST

କାମରୁ ଫୁରସତ ପାଇଁ ଭେକେଶନରେ ବାହାରିଲେ ରଣବୀର ସିଂ ଓ ଦୀପିକା ପାଦୁକୋନ । ଏଥର ଭାଲେଣ୍ଟାଇନ ଡେ ସେଲିବ୍ରେଶନ କରିବା ମୁଡରେ ଏହି ଯୋଡି।

deepika padukone
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: ଆସିଯାଇଛି ପ୍ରେମ ଋତୁ । ଫେବୃଆରୀ ମାସ ପ୍ରେମ ମାସ ବୋଲି ସମସ୍ତଙ୍କୁ ଜଣା । ଏହି ମାସରେ ବୟଫ୍ରେଣ୍ଡ, ଗାର୍ଲଫ୍ରେଣ୍ଡ ସହ ସମୟ ବିତାଇବା ସହ ନିଜ ପ୍ରେମ ନିବେଦ କରୁଥିବାର ନଜର ଆସିବେ । କେବଳ ସାଧାରଣ ଜନତା ନୁହେଁ ବଲିଉଡ ଷ୍ଟାର୍ସ ମଧ୍ୟ ନିଜ ପ୍ରେମିକା, ପତ୍ନୀଙ୍କ ସହ ଭାଲେଣ୍ଟାଇନ ଡେ ଖାସ୍ କରିବାକୁ ଯାଉଛନ୍ତି । ଏହି କ୍ରମରେ ସର୍ବପ୍ରଥମେ ନାମ ବି-ଟାଉନର ହଟ କପଲ ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କ ସାମିଲ ଅଛନ୍ତି।

ଏହି ଯୋଡି ଦୀର୍ଘ ସମୟରୁ ପରସ୍ପର କାମରେ ଖୁବ୍ ବ୍ୟସ୍ତ ଥିଲେ । ଏବେ କାମରୁ ଫୁରସତ ପାଇଁ ଦୁଇଜଣ ଭାଲେଣ୍ଟାଇନ ଡେକୁ ଖାସ କରିବା ପାଇଁ ରୋମାଣ୍ଟିକ ଭେକେଶନରେ ବାହାରିଛନ୍ତି । ଏହାର ଖୁଲାସା ଦୀପିକା ସୋସିଆଲ ମିଡିଆରେ ପାସପୋର୍ଟ ଫଟୋ ସେୟାର କରି କରିଛନ୍ତି।

ଫଟୋ ସେୟାର କରି ସେ ଲେଖିଛନ୍ତି, ‘ହିଜ୍‌ ଆଣ୍ଡ ହର ଭେକେସନ।’ ହେଲେ ଏଯାବତ ସେ ଫ୍ୟାନ୍ସଙ୍କୁ ଜଣାଇନାହାଁନ୍ତି ଯେ ସେ ଭେକେଶନରେ କେଉଁ ସ୍ଥାନକୁ ଯାଉଛନ୍ତି । ଫଟୋରେ ଦୀପିକା ଓ ରଣବୀରଙ୍କ ବୋର୍ଡିଂ ପାସରେ ଫ୍ଲାଇଟ ନମ୍ବର ଲେଖାଯାଇଛି । ଯାହା ଅନୁଯାୟୀ ଏହି ଯୋଡି ଭେକେଶନ ପାଇଁ କୋଲମ୍ବୋ, ଶ୍ରୀଲଙ୍କାର ଯାତ୍ରା କରିବେ।

ପ୍ରକାଶ ଥାଉକି ଗତ ମାସ 10 ତାରିଖରେ ଦୀପିକାଙ୍କ ଚର୍ଚ୍ଚିତ ଫିଲ୍ମ ‘ଛପାକ’ ରିଲିଜ ହୋଇଥିଲା । ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ଆଉ ଖୁବଶୀଘ୍ର ଦୀପିକା ଓ ରଣବୀର ନିର୍ଦ୍ଦେଶକ କବୀର ଖାନଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ ନଜର ଆସିବେ । ଏପ୍ରିଲ 10ରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ ।ଫିଲ୍ମଟି ଲେଜେଣ୍ଡ କ୍ରିକେଟର କପିଲ ଦେବଙ୍କ କାହାଣୀ ଉପରେ ଆଧାରିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.