ମୁମ୍ବାଇ: ନିଜ ଦମଦାର ଡ୍ୟାନ୍ସ, କମେଡ଼ି ଓ ଡ୍ୟାନ୍ସ ଶୋ'ରେ ଉପସ୍ଥାପନା ପାଇଁ ବେଶ ଜଣାଶୁଣା ଯୁବ ସେଲିବ୍ରିଟି ରାଘବ ଜୁୟାଲ । କିନ୍ତୁ ସେହି ମଜାଳିଆ ଢଙ୍ଗରେ ଉପସ୍ଥାପନା ପାଇଁ ବର୍ତ୍ତମାନ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ସେ । ତାଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ କରିବାରେ ଲାଗିଛନ୍ତି ନେଟିଜେନ୍ସ । ତେବେ ସେ ଆସାମର ଜଣେ ପ୍ରତିଯୋଗୀଙ୍କୁ ଚାଇନିଜ୍ କହି ପରିଚିତ କରାଇଥିବାରୁ ତାଙ୍କୁ ଟ୍ରୋଲ କରାଯାଇଛି । ସେପଟେ ମାତ୍ର ୩୦ ସେକେଣ୍ଡର ଭିଡ଼ିଓ କ୍ଲିପକୁ ଦେଖି ଏପରି ମତ ନ ରଖିବାକୁ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ରାଘବ ।
-
It's 2021, but the #racist Indians still practicing "Chinese" "momo" "ching chong" #racism as a comic element on their national television with their #bollywood celebs applauding it. The racist host @TheRaghav_Juyal introducing Gunjan Sinha from Assam in a show on @ColorsTV pic.twitter.com/qcPsgiWfXg
— C. Thounaojam (@manaobi101) November 15, 2021 " class="align-text-top noRightClick twitterSection" data="
">It's 2021, but the #racist Indians still practicing "Chinese" "momo" "ching chong" #racism as a comic element on their national television with their #bollywood celebs applauding it. The racist host @TheRaghav_Juyal introducing Gunjan Sinha from Assam in a show on @ColorsTV pic.twitter.com/qcPsgiWfXg
— C. Thounaojam (@manaobi101) November 15, 2021It's 2021, but the #racist Indians still practicing "Chinese" "momo" "ching chong" #racism as a comic element on their national television with their #bollywood celebs applauding it. The racist host @TheRaghav_Juyal introducing Gunjan Sinha from Assam in a show on @ColorsTV pic.twitter.com/qcPsgiWfXg
— C. Thounaojam (@manaobi101) November 15, 2021
ରାଘବଙ୍କ ଏହି କମେଣ୍ଟକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ମଧ୍ୟ ରାଘବଙ୍କୁ ନିନ୍ଦା କରିଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ବୋଲି ସେ କହିବା ସହିତ ଜାତିପ୍ରଥାରେ ଭେଦଭାବ କରୁଥିବା ଲୋକ ପ୍ରତି ଦେଶରେ କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି । ଭାଇରାଲ ହେଉଥିବା ଭିଡ଼ିଓ କ୍ଲିପଟି 'Dance Deewane' ଶୋ'ର ଥିବା ବେଳେ ଏଥିରେ ରାଘବ ଉପସ୍ଥାପକ ଭାବେ କାର୍ଯ୍ୟ କରୁଛନ୍ତି ।
କ'ଣ ଥିଲା ଘଟଣା ?
ଏହି ଶୋ'ରେ ରାଘବ ଜୁୟଲ ଆସାମର ଜଣେ ଶିଶୁ ପ୍ରତିଯୋଗୀଙ୍କୁ 'Chinese', 'momo' ଓ 'chowmein' ବୋଲି ସମ୍ବୋଧନ କରି ତାଙ୍କୁ ଷ୍ଟେଜକୁ ଡାକିଥିଲେ । ଏହି ସମୟରେ ସେ ମଜାଳିଆ ଢଙ୍ଗରେ କିଛି କହିବାରୁ ଜଜ୍ମାନେ ମଧ୍ୟ ଖୁବ ଜୋରରେ ହସିଥିଲେ । ତେବେ ସେ ଜଣେ ଆସାମ ପ୍ରତିଯୋଗୀଙ୍କୁ କାହିଁକି ଚାଇନିଜ ବୋଲି କହିଛନ୍ତି, ସେଥିଲାଗି ତାଙ୍କୁ ଟ୍ରୋଲ କରାଯାଉଛି । ସେ ଜାତିପ୍ରଥା ବିରୋଧରେ କହିଛନ୍ତି ବୋଲି ମଧ୍ୟ କହିଛନ୍ତି । ଏହି ଭାଇରାଲ ଭିଡ଼ିଓ କ୍ଲିପ ଆଧାରରେ ଶୋ'ର ଜଜ୍ଙ୍କଠୁ ଆରମ୍ଭ କରି ରାଘବଙ୍କୁ ଟ୍ରୋଲ କରାଯାଉଛି ।
ରାଘବଙ୍କ ପ୍ରତିକ୍ରିୟା:-
ଡ୍ୟାନ୍ସର ତଥା ଉପସ୍ଥାପକ ରାଘବ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହି ଶୋ'ଟି ସ୍ବଳ୍ପ ସମୟ ମଧ୍ୟରେ ହୋଇଥିବାରୁ ସୁଟିଂ ପରେ ଅନେକ ଭିଡ଼ିଓ କ୍ଲିପକୁ କାଟିବାକୁ ପଡ଼ିଥାଏ । ଏଣୁ ମାତ୍ର ୩୦ ସେକେଣ୍ଡର ଭିଡ଼ିଓ ଦେଖି କାହାରିକୁ ଜଜ୍ କରିବା ପାଇଁ ସେ ବାରଣ କରିଛନ୍ତି । ପୂର୍ବରୁ ଉକ୍ତ ଆସାମ ପ୍ରତିଯୋଗୀ ଗୁଞ୍ଜନ ସିହ୍ନା ଜଣକ ଚାଇନିଜ ଭାଷାରେ କିଛି କହିଥିଲେ । ତେବେ ସେହି ସମୟକୁ ମନେ ପକାଇ ତାଙ୍କୁ ଚାଇନିଜ ବୋଲି ରାଘବ ସମ୍ବୋଧନ କରିଥିଲେ । ତେବେ ସେ ଚାଇନିଜ ଭାଷାରେ ପାରଙ୍ଗମ ନ ହୋଇଥିଲେ ମଧ୍ୟ ଡ୍ୟାନ୍ସରେ ଧୁରନ୍ଧର ବୋଲି ରାଘବ କହିଥିଲେ ।
-
This is what happened actually @ColorsTV #raghavjuyal #RaghavJuyal pic.twitter.com/sGUz6PlVOx
— Raghav Juyal (@TheRaghav_Juyal) November 16, 2021 " class="align-text-top noRightClick twitterSection" data="
">This is what happened actually @ColorsTV #raghavjuyal #RaghavJuyal pic.twitter.com/sGUz6PlVOx
— Raghav Juyal (@TheRaghav_Juyal) November 16, 2021This is what happened actually @ColorsTV #raghavjuyal #RaghavJuyal pic.twitter.com/sGUz6PlVOx
— Raghav Juyal (@TheRaghav_Juyal) November 16, 2021
ଏହି ଘଟଣାକୁ ନେଇ ନେଟିଜେନ୍ସ ତାଙ୍କୁ ଟ୍ରୋଲ କରିଛନ୍ତି । ସେ ଆସାମବାସୀ ହୋଇଥିବା ବେଳେ କାହିଁକି ତାଙ୍କୁ ଚାଇନିଜ ବୋଲି ସମ୍ବୋଧନ କରାଗଲା ଏହାକୁ ନେଇ ରାଘବଙ୍କ ଉପରେ ବର୍ଷିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ରାଘବଙ୍କ ସହିତ ଶୋ'ର ଜଜ୍ଙ୍କୁ ମଧ୍ୟ ଟ୍ରୋଲ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ