ETV Bharat / sitara

‘ଦବଙ୍ଗ 3’ରୁ ହଟିଲା ବିବାଦୀୟ ସିନ

ରିଲିଜର ଦୁଇଦିନ ପୂର୍ବରୁ ‘ଦବଙ୍ଗ 3’ର ମେକର୍ସଙ୍କ ବଡ ନିଷ୍ପତ୍ତି । ଟାଇଟଲ ଟ୍ରାକ ‘ହୁଡ ହୁଡ ଦବଙ୍ଗ’ରୁ ହଟିଲା ଆପତ୍ତିଜନକ ସିନ । ସଲମାନ ଖାନଙ୍କ ପ୍ରଡକ୍ସନ ହାଉସ ତରଫରୁ ସୋସିଆଲ ମିଡିଆରେ ଦିଆଗଲା ସୂଚନା ।

author img

By

Published : Dec 19, 2019, 1:40 PM IST

dabangg 3
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ଦବଙ୍ଗ ବୟ ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ ଆସନ୍ତା ଶୁକ୍ରବାର ରିଲିଜ ହେବାକୁ ଯାଉଛି । ଫିଲ୍ମ ଦେଖିବାକୁ ବ୍ୟାକୁଳ ସଲମାନଙ୍କ ଫ୍ୟାନ୍ସ । କିନ୍ତୁ ରିଲିଜର ଦୁଇଦିନ ପୂର୍ବରୁ ତଥା ବୁଧବାର ‘ବୟକଟ ଦବଙ୍ଗ 3’ ଟ୍ବିଟରରେ ଟ୍ରେଣ୍ଡ କରିବା ଆରମ୍ଭ ହୋଇଯାଇଥିଲା । ଯାହାକୁ ଦୃଷ୍ଟିରେ ରଖି ସଲମାନ ଓ ମେକର୍ସ ଫିଲ୍ମକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି । ଯାହାର ସୂଚନା ଏସକେଏଫର ଇନଷ୍ଟାଗ୍ରାମରେ ଦିଆଯାଇଛି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଏସକେଏଫ

‘ଦବଙ୍ଗ 3’ ସଲମାନଙ୍କ ହୋମ ପ୍ରଡକ୍ସନ ହାଉସରେ ନିର୍ମାଣ ହୋଇଛି । ଆଉ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ପ୍ରଭୁଦେବା । ଫିଲ୍ମର ଟାଇଟଲ ଟ୍ରାକ ‘ହୁଡ ହୁଡ ଦବଙ୍ଗ’ ରିଲିଜ ହେବା ପରଠୁ ହିଁ ବିବାଦ ଘେରରେ ଆସିଯାଇଥିଲା । ଗୀତରେ କିଛି ସିନରେ ନାଗାସାଧୁ ହାତରେ ଗିଟାର ଧରିଥିବାର ଦେଖିବାକୁ ମିଳିଥିଲା । ଯାହାର ବିରୋଧ କରିଥିଲେ କିଛି । ଏହି ସିନକୁ ଆଧାର କରି ସୋସିଆଲ ମିଡିଆରେ ‘ବୟକଟ ଦବଙ୍ଗ 3’ ଟ୍ରେଣ୍ଡ କରିଥିଲା ।

ବର୍ତ୍ତମାନ ଏସକେଏଫ ଇନଷ୍ଟାଗ୍ରାମରେ ସୂଚନା ଦିଆଯାଇଛି ଯେ ଫିଲ୍ମର ସବୁ ବିବାଦୀୟ ସିନକୁ ହଟାଯାଇଛି । ଯାହା ଉପରେ ବିବାଦ ସୃଷ୍ଟି ହୋଇଥିଲା । ଆଉ କ୍ୟାପସନରେ ଲେଖାଯାଇଛି, ‘ଆମେ ସମସ୍ତଙ୍କ ଭାବନାର ସମ୍ମାନକୁ ଦୃଷ୍ଟିରେ ରଖି ଗୀତରୁ ଏହି ବିବାଦୀୟ ସିନ ଏଡିଟ କରିସାରିଛୁ ।’

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.