ETV Bharat / sitara

ଆସିଲା ‘ଦବଙ୍ଗ 3’ ଭିଲେନଙ୍କ ଫାଷ୍ଟ ଲୁକ ପୋଷ୍ଟର

author img

By

Published : Oct 8, 2019, 3:10 PM IST

ଚୁଲବୁଲ ପାଣ୍ଡେ ପରେ ଜାରି ହେଲା ‘ଦବଙ୍ଗ 3’ର ଭିଲେନ ପୋଷ୍ଟର । ସୋସିଆଲ ମିଡିଆରେ ସେୟାର କଲେ ଭାଇଜାନ ସଲମାନ ଖାନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ‘ଦବଙ୍ଗ 3’ରେ ଚୁଲବୁଲ ପାଣ୍ଡେଙ୍କ ଲୁକ ଦେଖିବା ପରେ ଫ୍ୟାନ୍ସଙ୍କ ଏବେ ଫିଲ୍ମର ଭିଲେନ ଲୁକ ପୋଷ୍ଟର ଦେଖିଛନ୍ତି । ସୋସିଆଲ ମିଡିଆରେ ଭିଲେନଙ୍କ ପୋଷ୍ଟର ସେୟାର କରିଛନ୍ତି ସୁପରଷ୍ଟାର ସଲମାନ ଖାନ । ଯେଉଁଥିରେ ସେ ସାଉଥର ଲୋକପ୍ରିୟ ଅଭିନେତା କିଚ୍ଚା ସୁଦୀପଙ୍କୁ ଦର୍ଶକଙ୍କ ସହ ସାକ୍ଷାତ କରାଉଛନ୍ତି ।

ସେ ଇନଷ୍ଟାଗ୍ରାମରେ ଫିଲ୍ମରେ ସୁନ୍ଦୀପଙ୍କ ଭିଲେନ ଲୁକ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଭିଲେନ ଜିତନା ବଡା ହୋ, ଉସସେ ଭିଡନେ ମେଂ ଉତନା ହି ମଜା ଆତା ହେ । ସାକ୍ଷାତ କରନ୍ତୁ କିଚ୍ଚା ସୁଦୀପ ସେ । ଯିଏ ଦବଙ୍ଗ 3ରେ ଭିଲେନ ସାଜିଛନ୍ତି ।’ ଏହି ଅବସରରେ ସଲମାନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ସୁଦୀପ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ପ୍ରକାଶ ଥାଉକି ଏଥର ‘ଦବଙ୍ଗ 3’ରେ ସୁନ୍ଦୀପ ନଜର ଆସିବେ । ଏହାପୂର୍ବରୁ ଦବଙ୍ଗ ଫ୍ରାଞ୍ଚାଇଜର ଦୁଇଟି ଫିଲ୍ମରେ ଫେମସ ଅଭିନେତା ପ୍ରକାଶ ରାଜ ଓ ସୋନୁ ସୁଧ ଭିଲେନ ରୂପେ ଅଭିନୟ କରିଥିଲେ । ଫିଲ୍ମଟି ଡିସେମ୍ବର 20ରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ସଲମାନଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.