ମୁମ୍ବାଇ: ବି-ଟାଉନର ଭାଇଜାନ ସଲମାନ ଖାନ ନିଜ ଅଭିନୟ ସହ ନିଜ ସାହାଯ୍ୟକାରୀ ଗୁଣ ପାଇଁ ମଧ୍ୟ ପରିଚିତ । ଅନେକ ଥର ତାଙ୍କ ଦାୟୁଳ ଗୁଣ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିସାରିଛି । ତେବେ କାହାକୁ ଫିଲ୍ମ ଦେବା ହେଉ କିମ୍ବା କାହା ବ୍ୟକ୍ତିଗତ ସମସ୍ୟା ଦୂର କରିବା ହେଉ ସେ ସବୁ ପରିସ୍ଥିତିରେ ସାହାଯ୍ୟ କରିବାକୁ କେବେ ମଧ୍ୟ ଭୁଲନ୍ତି ନାହିଁ । ତେଣୁ ତାଙ୍କୁ ନବାଗତ କଳାକାରଙ୍କ ଗଡଫାଦର କୁହାଯାଏ ।
ଇତି ମଧ୍ୟରେ ସେ ପୁଣି ସାବ୍ୟସ୍ତ କରିଛନ୍ତି ଲୋକେ ତାଙ୍କୁ ଏମିତି ହିଁ ଖାଲି ଭାଇଜାନ ଡାକୁନାହାଁନ୍ତି । ଆଜ୍ଞା ହଁ, ସେ ଦବଙ୍ଗ ସିରିଜର କୋ-ଷ୍ଟାର ଚିକିତ୍ସା ପାଇଁ ସହଯୋଗର ହାତ ବଢାଇ ପୁଣି ଦାୟଳୁ ଗୁଣ ସାବ୍ୟସ୍ତ କରିଛନ୍ତି ।
କିଛି ଦିନ ହେବ ସଲମାନ 'ଦବଙ୍ଗ-3' ର ସୁଟିଂରେ ବ୍ୟସ୍ତ ଥିଲେ କିନ୍ତୁ ବର୍ତ୍ତମାନ ସୁଟିଂରୁ କିଛି ସମୟ ପାଇଁ ବ୍ରେକ ନେଇଛନ୍ତି । ଅନ୍ୟପଟେ ତାଙ୍କ ସହ କାମ କରୁଥିବା ଦାଦୀ ପାଣ୍ଡେ ହଠାତ୍ ହୃଦଘାତର ଶିକାର ହୋଇଥିଲେ । ଯେତେବେଳେ ସଲମାନଙ୍କୁ ଏହି ବିଷୟରେ ସୂଚନା ମିଳିଲା ତେବେ ସେ ସଙ୍ଗେ ସଙ୍ଗେ ନିଜ ଟିମକୁ ଦାଦୀଙ୍କ ପାଖକୁ ପଠାଇ ଟିକିନିକି ଜିନିଷର ଖବର ବୁଝିଥିଲେ ।
ସଲମାନ ବିଙ୍ଗ୍ ହ୍ୟୁମାନ(BEING HUMAN) ଫାଉଣ୍ଡସେନ ତରଫରୁ ତାଙ୍କୁ ଆର୍ଥିକ ସାହାଯ୍ୟ କରିଛନ୍ତି । ବର୍ତ୍ତମାନ ଦାଦୀ ମୁମ୍ବାଇର ଏକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ପ୍ରକାଶ ଥାଉକି ଦାଦୀ 'ଦବଙ୍ଗ' ସିରିଜର ଏଯାବତ ଫିଲ୍ମରେ ଅଭିନୟ କରିଆସୁଛନ୍ତି । ସେ ଫିଲ୍ମରେ ଭ୍ୟାନ ଡ୍ରାଇଭର ଭୂମିକାରେ ନଜର ଆସିସାରିଛନ୍ତି ।