ETV Bharat / sitara

ପୁଣି ବିବାଦରେ ଦବଙ୍ଗ: ଗୀତ ଯୋଗୁଁ ଫସିଲେ ଭାଇଜାନ - tittle song

ପୁଣି ଥରେ ଗୀତର ଦୃଶ୍ୟକୁ ନେଇ ଫସିଛନ୍ତି ଭାଇଜାନ । ନିକଟରେ ଦବଙ୍ଗ 3ର ଟାଇଟଲ ଗୀତ ରିଲିଜ ହୋଇଛି । କିନ୍ତୁ ଏଥିରେ କିଛି ଦୃଶ୍ୟ ଯୋଗୁଁ ଫିଲ୍ମଟି ବିବାଦରେ ଫସିଛି ।

ପୁଣି ବିବାଦରେ ଦବଙ୍ଗ: ଗୀତ ଯୋଗୁଁ ଫସିଲେ ଭାଇଜାନ

author img

By

Published : Nov 26, 2019, 11:40 PM IST

ମୁମ୍ବାଇ: ଲାଗୁଛି ଯେପରି ଦବଙ୍ଗ ଓ ବିବାଦ ପରସ୍ପର ସହ ଜଡିତ । ପ୍ରଥମ ଦୁଇଟି ଫିଲ୍ମରେ ଗୀତକୁ ନେଇ ଦେଖାଦେଇଥିଲା ବିବାଦ । ଏବେ ପୁଣି ଥରେ ଗୀତର ଦୃଶ୍ୟକୁ ନେଇ ଫସିଛନ୍ତି ଭାଇଜାନ । ନିକଟରେ ଦବଙ୍ଗ 3ର ଟାଇଟେଲ ଗୀତ ରିଲିଜ ହୋଇଛି । କିନ୍ତୁ ଏଥିରେ କିଛି ଦୃଶ୍ୟ ଯୋଗୁଁ ଫିଲ୍ମଟି ବିବାଦରେ ଫସିଛି ।

ହୁଡ ହୁଡ ଦବଙ୍ଗ ଗୀତରେ ସଲ୍ଲୁ କିଛି ନାଗା ସାଧୁଙ୍କ ସହ ନାଚୁଥିବାର ଦେଖାଯାଉଛି । ଏହାସହ ସେ ଗୀତର ତାଳେ ତାଳେ ବ୍ରହ୍ମା-ବିଷ୍ଣୁ-ମହେଶ୍ବର ନାମରେ 3 ଜଣ ଲୋକଙ୍କ ଠାରୁ ଆଶୀର୍ବାଦ ନେଉଥିବାର ମଧ୍ୟ ନଜିର ରହିଛି । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ହିନ୍ଦୁ ଜନଜାଗୃତି ସମିତି ପକ୍ଷରୁ ଏନେଇ ଫିଲ୍ମ ମେକର୍ସଙ୍କ ବିରୋଧରେ ଅଭିଯୋଗ ହୋଇଛି ।

ଗୀତରେ ନାଗା ସାଧୁଙ୍କ ପରମ୍ପରାକୁ ଉପଯୁକ୍ତ ଢଙ୍ଗରେ ଦର୍ଶାଯାଇନାହିଁ । ସେମାନଙ୍କ ନାଚ ଶୈଳୀ ଓ ଉପସ୍ଥାପନ ସଠିକ ଭାବେ କରାଯାଇନାହିଁ । ଏହା ସାଧୁଙ୍କ ପ୍ରତି ଅପମାନ ବୋଲି ସମିତି ଅଭିଯୋଗ କରିଛି । ଏହାସହ ବ୍ରହ୍ମା-ବିଷ୍ଣୁ-ମହେଶ୍ବର ନାମରେ ଥିବା 3 ଜଣ ଲୋକଙ୍କ ଉପସ୍ଥିତି ହିନ୍ଦୁ ଧର୍ମ ପ୍ରତି ଅପମାନ ବୋଲି ଅଭିଯୋଗ ହୋଇଛି । ଏହା ଆଧାରରେ ଫିଲ୍ମ ନାମରେ ଅଭିଯୋଗ ଦାଖଲ କରାଯାଇଛି ।

ତେବେ ବିବାଦ ଓ ସଲମାନ କିଛି ନୂଆ କଥା ନୁହେଁ । ପୂର୍ବରୁ ଅନେକ ବିବାଦରେ ଫସିଥିବା ସଲମାନ ଦବଙ୍ଗ ସିରିଜ ଲାଗି ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ବିଶେଷ କରି ଗୀତରେ ଝଣ୍ଡୁ ବାମ ଓ ଫେଭିକଲ ବ୍ୟବହାର କରିଥିବାରୁ ଫିଲ୍ମ ନାମରେ ଉକ୍ତ କମ୍ପାନୀ ମାମଲା ରୁଜୁ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଖ୍ରୀଷ୍ଟମାସରେ ଫିଲ୍ମଟି ରିଲିଜ ହେବାକୁ ଯାଉଛି । ସଲମାନଙ୍କ ବ୍ୟତୀତ ଲିଡରେ ସୋନାକ୍ଷୀ, ସାଇ ମଞ୍ଜେରକର ଓ କିଚ୍ଚା ସୁଦୀପ ଅଭିନୟ କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.