ନୂଆଦିଲ୍ଲୀ: କୋରୋନା ଭାଇରସ ଦ୍ବାରା ସମଗ୍ର ଦେଶ ଅସୁବିଧାରେ ପଡିଛି। ଏହି ସମୟରେ ବଲିଉଡର ବହୁ ସେଲିବ୍ରିଟିମାନେ ଭିନ୍ନ ଭିନ୍ନ ଉପାୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । ଏବେ ଗାୟକ ମିକା ସିଂ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । କୋରୋନା ସମୟରେ ମିକା ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ।
- " class="align-text-top noRightClick twitterSection" data="
">
ଏକ ଭିଡିଓ ସେୟାର କରି ମିକା କହିଛନ୍ତି ଯେ, ସେ ମୁମ୍ବାଇରେ ଏକ ଏନଜିଓ ମାଧ୍ୟମରେ ଲଙ୍ଗର ସେବା ଆରମ୍ଭ କରିଛନ୍ତି।
ଯେଉଁଥିରେ ସେ ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ଲୋକଙ୍କୁ ଖାଦ୍ୟ ଖାଦ୍ୟ ବାଣ୍ଟୁଥିବାର ଦେଖିବାକୁ ମିଳିଛି । ଏବେ ସୋସିଆଲ ମିଡିଆରେ ମିକାଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ମିକାଙ୍କ ଏହି କାମକୁ ଖୁବ୍ ପ୍ରଶଂସା କରୁଛନ୍ତି ।
ପ୍ରକାଶ ଥାଉ ଯେ, ଏହା ପ୍ରଥମ ଥର ନୁହେଁ ଯେ ମିକା ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହାପୂର୍ବରୁ ମିକା ଦିଲ୍ଲୀର ୧୦୦୦ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଥିଲେ ।