ETV Bharat / sitara

ସମାଜ ସେବାରେ ନିୟୋଜିତ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଲେ ଅଭିଷେକ - ସମାଜ ସେବାରେ ନିୟୋଜିତ କର୍ମଚାରୀ

ଜୁନିଅର ବଚ୍ଚନ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏପରି ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯେଉଁମାନେ ଏହି ମହାମାରୀ ସମୟରେ ମଧ୍ୟ ସମାଜ ପ୍ରତି ନିଜର ଦାୟିତ୍ବ ତୁଲାଉଛନ୍ତି । ଆହୁରି ପଢନ୍ତୁ...

covid-19 abhishek bachchan shares video thanking essential services employees
ସମାଜ ସେବାରେ ନିୟୋଜିତ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଲେ ଅଭିଷେକ
author img

By

Published : Apr 5, 2020, 12:39 AM IST

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସମଗ୍ର ବିଶ୍ୱ କୋରୋନା ମହାମାରୀ ସହିତ ସଂଘର୍ଷ କରୁଥିବାବେଳେ, ଯେଉଁମାନେ ସମାଜ ପ୍ରତି ସେମାନଙ୍କର ଦାୟିତ୍ୱ ତୁଲାଉଛନ୍ତି ଏପରି ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିଷେକ ।

ଏଥିମଧ୍ୟରେ ସ୍ୱାସ୍ଥ୍ୟକର୍ମୀ, ପୋଲିସ, ଫାର୍ମାସି କର୍ମଚାରୀ, ଡେଲିଭରି ବୟ, ସାମ୍ବାଦିକ, ସ୍ୱିପର, ବ୍ୟାଙ୍କ କର୍ମଚାରୀ ଏବଂ ଆହୁରି ଅନେକ ଅଛନ୍ତି ଯାହାଙ୍କୁ ଅଭିଷେକ ଧନ୍ୟବାଦ ଜଣାଇଛନ୍ତି ।

ଏ ମେରୀ ଜମିନ ଅଫସୋସ ନହିଁ, ଜୋ ତେରେ ଲିୟେ ଶୌ ଦର୍ଦ ସହେ, ମେହଫୁଜ ରହେ ତେରି ଆନ ସଦା, ଚାହେ ଜାନ ମେରୀ ୟେ ରହେ ନ ରହେ ।- ଏହି ଗୀତଟି ଭିଡିଓରେ ବାଜୁଥିବା ବେଳେ ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ବର୍ତ୍ତମାନର ପରିସ୍ଥିତି କେତେ ଜଟିଳ ରହିଛି ।

ଏହି ଭିଡିଓଟି ପ୍ରଥମେ ଚଳଚ୍ଚିତ୍ର ନିର୍ମାତା ଗୋଲ୍ଡି ବାହଲ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ବର୍ତ୍ତମାନ ଅଭିଷେକ ଏହାକୁ ପୋଷ୍ଟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.