ETV Bharat / sitara

କଙ୍କନାଙ୍କ ଉପରେ ଖପ୍ପା କୋର୍ଟ, ହାଜର ନହେଲେ ଦେଖିବେ ହାଜତ !

author img

By

Published : Sep 14, 2021, 6:14 PM IST

ଅଭିନେତ୍ରୀ କଙ୍ଗନାଙ୍କ ବିରୁଦ୍ଧରେ ଜାଭେଦ ଅଖତର ଦାଏର କରିଥିଲେ ମାନହାନୀ ମାମଲା । କୋର୍ଟରେ ହାଜର ନହେବାରୁ ଅଭିନେତ୍ରୀଙ୍କ ଉପରେ ଖପ୍ପା ବିଚାରପତି । ଅଦାଲତ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଯଦି ପରବର୍ତ୍ତୀ ଶୁଣାଣିରେ ଅଭିନେତ୍ରୀ କୋର୍ଟରେ ହାଜର ନେହେବେ ତାହେଲେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯିବ । ଅଧିକ ପଢନ୍ତୁ...

କଙ୍କନାଙ୍କ ଉପରେ ଖପ୍ପା କୋର୍ଟ, ହାଜର ନହେଲେ ହେବେ ଗିରଫ

ମୁମ୍ବାଇ: ବଢିପାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଡୁଆ । କଙ୍ଗନାଙ୍କ ବିରୁଦ୍ଧରେ ଜାଭେଦ ଅଖତର ଦାଏର କରିଥିଲେ ମାନହାନୀ ମାମଲା । ମଙ୍ଗଳବାର ହୋଇଛି ଏହି ମାମଲାର ଶୁଣାଣି । ଏହି ସମୟରେ ଜାଭେଦ ଅଖତର ଓ ତାଙ୍କ ପତ୍ନୀ ସବାନା ଆଜମୀ ଉପସ୍ଥିତ ଥିବାବେଳେ କୋର୍ଟରେ ହାଜର ହୋଇନଥିଲେ କଙ୍ଗନା । ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କୋର୍ଟ ।

କଙ୍ଗନାଙ୍କ ଉପରେ ନାରାଜ ଅଦାଲତ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଯଦି ପରବର୍ତ୍ତୀ ଶୁଣାଣିରେ ଅଭିନେତ୍ରୀ କୋର୍ଟରେ ହାଜର ନହେବେ ତାହେଲେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯିବ । ଏହି ଶୁଣାଣିରେ କଙ୍ଗନାଙ୍କ ପରିବର୍ତ୍ତେ ତାଙ୍କ ଆଇନଜୀବୀ ରିଜୱାନ ସିଦ୍ଦିକି ହାଜର ହୋଇଥିଲେ ।

ନିକଟରେ ବମ୍ବେ ହାଇକୋର୍ଟରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଲାଗିଥିଲା ଝଟକା । ଜାଭେଦ ଅଖତରଙ୍କ ପକ୍ଷରୁ ଦାଏର ମାନହାନୀ ମାମଲାକୁ ରଦ୍ଦ କରିବା ପାଇଁ ବମ୍ବେ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ କଙ୍ଗନା । ଏହାକୁ କୋର୍ଟ ଖାରଜ କରିଦେଇଥିଲେ ।

ଜାଭେଦ ଅଖତରଙ୍କ ପକ୍ଷରୁ କଙ୍ଗନା ରଣାୱତଙ୍କ ବିରୋଧରେ ମାନହାନୀ ମାମଲା ଦାଏର କରାଯାଇଥିଲା । ଜାଭେଦ ଅଖତରଙ୍କ ଅଭିଯୋଗ ଅନୁଯାୟୀ, କଙ୍ଗନା ଜାତୀୟ ଟେଲିଭିଜନରେ ତାଙ୍କ ଗାରିମାକୁ ଆଘାତ ପହଞ୍ଚାଇଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ କରାଯାଇଥିବା ସାକ୍ଷାତକାର ବିଷୟ ଉଠାଇଥିଲେ ଜାଭେଦ ଅଖତର ।

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରେ ଏକ ଇଣ୍ଟରଭ୍ୟୁରେ କଙ୍ଗନା ଜାଭେଦ ଅଖତରଙ୍କ ନାଁ ନେଇ ତାଙ୍କ ଉପରେ ଅନେକ ଅଭିଯୋଗ ଲଗାଇଥିଲେ । ଅଭିନେତ୍ରୀଙ୍କ ଅଭିଯୋଗ ପରେ ତାଙ୍କ ବିରୋଧରେ ଆକ୍ସନ ନେଇଥିଲେ ଜାଭେଦ ଅଖତର । ଏହାପରେ ଡିସେମ୍ବରରେ କୋର୍ଟ କଙ୍ଗନାଙ୍କ ବିରୋଧରେ ଜୁହୁ ପୋଲିସକୁ ଯାଞ୍ଚ ଆଦେଶ ଦେଇଥିଲେ । ଏହାକୁ ନେଇ କଙ୍ଗନାଙ୍କୁ ନୋଟିସ ଜାରି କରିଥିଲା ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.