ETV Bharat / sitara

ରିଲିଜ ପୂର୍ବରୁ ବିବାଦରେ ସେକ୍ସନ 375 - ଅକ୍ଷୟ ଖାନ୍ନା

ସେକ୍ସନ 375କୁ ନେଇ ବିବାଦରେ ଅକ୍ଷୟ ଖାନ୍ନା । କୋର୍ଟରୁ ମିଣିଲା ସମନ । ଫିଲ୍ମ ଟ୍ରେଲରରେ ଅଶ୍ଲୀଳ ସିନ ପର୍ଯ୍ୟବେଶିତ ହୋଇଥିବା ଅଭିଯୋଗ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ ଖାନ୍ନା
author img

By

Published : Aug 27, 2019, 9:38 PM IST

ମୁମ୍ବାଇ: ବଲିଉଡରେ ଆଜିକାଲି କ୍ରାଇମ ଆଧାରିତ ଫିଲ୍ମ ଖୁବ୍ ନିର୍ମାଣ ହେଉଛି । ଚର୍ଚ୍ଚିତ ଫିଲ୍ମ ଆର୍ଟିକଲ 15 ପରେ ସେକ୍ସନ 375 ନେଇ ପରଦାରେ ନଜର ଆସିବେ ଅକ୍ଷୟ ଖାନ୍ନା ଓ ରିଚା ଚଡ୍ଡା । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି । ଫିଲ୍ମଟି ରିଲିଜ ପୂର୍ବରୁ ବିବାଦ ଘେରରେ ଆସିଯାଇଛି ।

ଅକ୍ଷୟ ଓ ଫିଲ୍ମ ପ୍ରଯୋଜକଙ୍କ ବିରୋଧରେ କୋର୍ଟ ସମନ ଜାରି କରିଛନ୍ତି । ଫିଲ୍ମର ଟ୍ରେଲରକୁ ନେଇ କୋର୍ଟ କିଛି ଆପତ୍ତି ପ୍ରକାଶ କରିଛନ୍ତି । ସୋମବାର ପୁଣେ ସିଭିଲ କୋର୍ଟ ଅକ୍ଷୟ ଏବଂ ଫିଲ୍ମର ଦୁଇ ପ୍ରଯୋଜକ କୁମାର ମଙ୍ଗଲ ପାଠକ ଓ ଅଭିଷେକ ମଙ୍ଗଲ ପାଠକଙ୍କ ବିରୋଧରେ ସମନ ଜାରି କରିଛନ୍ତି ।

ତାଙ୍କ ବିରୋଧରେ ପୂର୍ବରୁ ସହର ଜଣେ ଓକିଲ କୋର୍ଟରେ ଯାଚିକା ଦାୟର କରିଥିଲେ । ସେ ଯାଚିକାରେ ସେ କହିଥିଲେ କି ଫିଲ୍ମର ଟିଜଜ ପ୍ରୋମୋରେ ଅପରାଧିକ ପ୍ରକ୍ରିୟା ସଂହିତା ଧାରା 164କୁ ଭୁଲ ରୂପେ ପର୍ଯ୍ୟବେଶିତ କରାଯାଇଛି । ପ୍ରୋମୋରେ କୋର୍ଟର ପ୍ରକ୍ରିୟାଙ୍କୁ ସମ୍ପୂର୍ଣ୍ଣ ଭୁଲ ଢଙ୍ଗରେ ଉପସ୍ଥାପନା କରାଯାଇଛି ।

ଫିଲ୍ମ ଟ୍ରେଲରରେ ଏମିତି କିଛି ସିନ୍ସ ଅଛି ଯେଉଁଥିରେ ଓକିଲ କୋର୍ଟ ରୁମରେ ଦୁଷ୍କର୍ମ ପୀଡିତାଙ୍କୁ ଖୋଲମଖୁଲା ଅଶ୍ଳୀଳ ଏବଂ ଆପତ୍ତିଜନକ ପ୍ରଶ୍ନ ପଚାରୁଥିବାର ନଜର ଆସୁଛନ୍ତି । ଏପରି ସିନ ବାସ୍ତବ ଜୀବନରେ ଦୁଷ୍କର୍ମ ପୀଡିତାଙ୍କୁ ଡରାଇପାରେ । ଏହି ମାମଲାରେ ଅଭିନେତା ଓ ପ୍ରଯୋଜକଙ୍କୁ ସିପ୍ଟେମ୍ବର 9ରେ କୋର୍ଟରେ ହାଜିର ହେବାକୁ ଆଦ୍ଦେଶ ଦେଇଛି କୋର୍ଟ । ଅନ୍ୟପଟେ ସେକ୍ସନ 375 ସେପ୍ଟେମ୍ବର 13ରେ ରିଲିଜ ହେବାକୁ ଯାଉଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.