ETV Bharat / sitara

କୋର୍ଟଙ୍କ ନିଷ୍ପତ୍ତି: ସଲମାନଙ୍କ ଉପରେ ଟିପ୍ପଣୀ କରିପାରିବେନି KRK

ମୁମ୍ବାଇ କୋର୍ଟରେ ସଲମାନ ଓ କେଆରକେଙ୍କ ମାମଲାର ଶୁଣାଣି । ସଲମାନଙ୍କ ବିରୋଧରେ କେଆରକେ କରିପାରିବେନି ଆଉ କୌଣସି ବିବାଦୀୟ ପୋଷ୍ଟ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jun 25, 2021, 1:54 PM IST

ମୁମ୍ବାଇ: ମୁମ୍ବାଇର ଏକ କୋର୍ଟ ଅଭିନେତା କମଲ ଆର ଖାନଙ୍କୁ ସୁପରଷ୍ଟାର ସଲମାନ ଖାନଙ୍କ ବିରୋଧରେ ସୋସିଆଲ ମିଡିଆରେ କୌଣସି ଅପମାନଜନକ ପୋଷ୍ଟ କିମ୍ବା ଭିଡିଓ ଅପଲୋଡ୍ କରିବାକୁ ସାମୟିକ ଭାବେ ବାରଣ କରିଛନ୍ତି । କମଲ ଖାନଙ୍କ ବିରୋଧରେ ସଲମାନଙ୍କ ଦ୍ବାରା ଦିଆଯାଇଥିବା ମାନହାନି ମକଦ୍ଦମାରେ ସିଭିଲ କୋର୍ଟର ବିଚାରପତି ସିଭି ମରାଠେ ଏହି ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେଇଛନ୍ତି।

କମଲଙ୍କ ଦ୍ବାରା ଅପମାନିତ ଟ୍ବିଟ ଏବଂ ଭିଡିଓ ପାଇଁ ସଲମାନ ଏକ ମାମଲା ଦାୟର କରିଥିଲେ। ଡିଏସକେ ଲିଗାଲ ଜରିଆରେ ଦାଖଲ ହୋଇଥିବା ଏହି ମକଦ୍ଦମା ଦାବି କରିଛି ଯେ ବଦନାମ ମନ୍ତବ୍ୟ ବ୍ୟତୀତ କମଲ ମଧ୍ୟ ସଲମାନଙ୍କ ଫାଉଣ୍ଡେସନ ହ୍ୟୁମାନ ବିଙ୍ଗ୍‌କୁ ଠକେଇ ଫାଉଣ୍ଡେସନ ବୋଲି କହିଥିଲେ।

ବୁଧବାର କୋର୍ଟ କମଲଙ୍କ ସହ ତାଙ୍କ ଏଜେଣ୍ଟମାନଙ୍କୁ ସଲମାନଙ୍କ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ବର୍ତ୍ତମାନ କିମ୍ବା ଭବିଷ୍ୟତରେ ତାଙ୍କ ଫିଲ୍ମ ଉପରେ ଭିଡିଓ ପୋଷ୍ଟିଂ ଟ୍ବିଟ, ରିଟ୍ବିଟ, ସମାଲୋଚନା କରିବା ଭଳି କାର୍ଯ୍ୟ କରିବାକୁ ବାରଣ କରିଥିଲେ ।

ପ୍ରକାଶ ଥାଉକି କମାଲ ଓ ସଲମାନଙ୍କ ମଧ୍ୟରେ ବିବାଦ ସେହି ସମୟରେ ଆରମ୍ଭ ହୋଇଥିଲା ଯେବେ ସଲମାନଙ୍କ ଫିଲ୍ମ ‘ରାଧେ’ ଉପରେ ବିବାଦୀୟ ଟିପ୍ପଣୀ କରିଥିଲେ କମାଲ । ଯାହାକୁ ଦୃଷ୍ଟିରେ ରଖି କମାଲଙ୍କ ଉପରେ ମାନହାନି ମକଦ୍ଦମା ଦାୟର କରିଥିଲେ ସଲମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.