ETV Bharat / sitara

କୋରୋନା ମୁକାବୁଲା: ଦାନ କଲେ ସେକ୍ସୀ କ୍ୟାଟ

author img

By

Published : Mar 31, 2020, 12:06 PM IST

କୋରୋନା ଭାଇରସ ପ୍ରକୋପରୁ ଦେଶକୁ ରକ୍ଷା କରିବା ପାଇଁ ସେଲିବ୍ରିଟି ଚେଷ୍ଟା ଚଳାଇଛନ୍ତି। ଦେଶବାସୀଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଯାଇ ଦାନ କରିବାରେ ଲାଗିଛନ୍ତି କଳାକାର।

katrina kaif
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ୟାଟ୍ରିନା କୈଫ

ମୁମ୍ବାଇ: ଏକଥା ତ ସମସ୍ତଙ୍କୁ ଜଣା ଯେ ଖିଲାଡି ଅକ୍ଷୟ କୁମାର ଓ ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ ପରସ୍ପରର ଭଲ ବନ୍ଧୁ। ଏଥି ନିମନ୍ତେ ଏବେ ଅକ୍ଷୟଙ୍କ ପଥରେ ବାହାରି ପଡିଛନ୍ତି କ୍ୟାଟ। ସେ କୋରୋନାରୁ ଦେଶକୁ ବଞ୍ଚାଇବା ପାଇଁ ପ୍ରଧାମନ୍ତ୍ରୀ କେୟାର୍ସ ଫଣ୍ଡ ଓ ମହାରାଷ୍ଟ୍ରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ଯୋଗଦାନ କରିବା ପାଇଁ ଦାନ କରିଛନ୍ତି। ଏହାର ସୂଚନା ସେ ନିଜ ଇନଷ୍ଟାଗ୍ରାମରେ ଦେଇଛନ୍ତି।

ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ମୁଁ ମୋ ଆୟାର ଛୋଟ ଅଂଶ ପିଏମ କେୟାର୍ସ ଫଣ୍ଡ ଓ ମହାରାଷ୍ଟ୍ର ସିଏମ ଫଣ୍ଡକୁ ଦାନ କରୁଛି। କୋରୋନା ଭାଇରସ ପାଇଁ ଦେଶର ଯାହା କ୍ଷତି ହୋଇଛି। ତାହାକୁ ନେଇ ମୁଁ ଦୁଃଖିତ।’ ହେଲେ ଏଯାବତ ସେ କେତେ ଟଙ୍କା ଦାନ କରିଛନ୍ତି ତାର ସୂଚନା ମିଳିନାହିଁ।

ଅକ୍ଷୟ ଓକ୍ୟାଟଙ୍କ ବ୍ୟତୀତ ବରୁଣ ଧୱନ, ଅନୁଷ୍କା ଶର୍ମା, ଶିଳ୍ପା ସେଟ୍ଟୀ କୁନ୍ଦ୍ରା, ମନୀଷ ପଲ, କ୍ରିତି ସାନନ, ଗାୟକ ଗୁରୁ ରାନ୍ଧୱା, ରାପର ବାଦଶାହ, କାର୍ତ୍ତିକ ଆର୍ୟନ, ଆୟୁଷ୍ମାନ ଖୁରାନା, ସୋନମ କପୁର, କରନ ଜୋହର ସମେତ ଅନେକ କଳାକାକର ଦେଶକୁ ବଞ୍ଚାଇବା ପାଇଁ ଦାନ କରିସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.