ମୁମ୍ବାଇ: କୋରୋନା ଭାଇରସର ପ୍ରକୋପ ବଢିଚାଲିଛି । ଯାହା ପାଇଁ ଦେଶ ବିଦେଶରେ ଅନେକ ଇଭେଣ୍ଟକୁ ରଦ୍ଦ କରାଯାଉଛି । ଏହି ଭାଇରସ ସହ ବର୍ତ୍ତମାନ ଲଢୁଛି ପୁରା ବିଶ୍ବ । କୋରୋନା ଭାଇରସର ପ୍ରଭାବ ଯେତେ ପ୍ରଫେସନାଲ ଲାଇଫରେ ପଡୁଛି ତାହାଠୁ ଅଧିକ ପର୍ସନାଲ ଲାଇଫରେ ମଧ୍ୟ ପଡିବାରେ ଲାଗିଛି । ଅନେକ ଲୋକ ଏହାକୁ ଦୃଷ୍ଟିରେ ରଖି ନିଜ ନିଜ ବିବାହ ସ୍ଥଗିତ ରଖିଛନ୍ତି। ଏହି କ୍ରମରେ ବର୍ତ୍ତମାନ ସାମିଲ ହୋଇଛନ୍ତି ବଲିଉଡର ଦୁଇଟି ହଟ୍ କପଲ।
ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନ, ନତାଶା ଦଲାଲ ଓ ରିଚା ଚଡ୍ଡା- ଅଲ୍ଲୀ ଫଜଲଙ୍କ ବିବାହ ଦେଖିବାକୁ ଦୀର୍ଘ ସମୟରୁ ଏକ୍ସାଇଟେଡ ଥିଲେ ଫ୍ୟାନ୍ସ। ହେଲେ ଆଉ କିଛି ଦିନ ଫ୍ୟାନ୍ସଙ୍କୁ ଅପେକ୍ଷା କରିବାକୁ ପଡିବ। କୋରୋନା ଭାଇରସ ପାଇଁ ଏହି ଯୋଡିଙ୍କ ବିବାହ ଏବେ ସମ୍ଭବ ଲାଗୁ ନାହିଁ।
ଶୁଣିବାକୁ ମିଳୁଛି ଯେ କୋରୋନା ଭାଇରସ ଆତଙ୍କ ହେତୁ ବରୁଣ ବିବାହ ତାରିଖ ଆଉ କିଛି ଦିନ ଘୁଞ୍ଚାଇ ଦେଇଛନ୍ତି। ପ୍ରକାଶ ଥାଉକି ଏହି ଯୋଡି ନିଜ ୱେଡିଂ ଡେଷ୍ଟିନେସନ ରୂପେ ଥାଇଲାଣ୍ଡକୁ ଚୟନ କରିଥିଲେ । ହେଲେ ନିକଟରେ ଏହି ଚର୍ଚ୍ଚାର ଜୋର ଧରିଥିଲା ଯେ ପରିବାର ସଦସ୍ୟ ଦୁଇଜଣଙ୍କ ବିବାହ ଯୋଧପୁରରେ କରିବାକୁ ଚାହୁଁଛନ୍ତି।
ଅନ୍ୟପଟେ ରିଚା ଓ ଅଲ୍ଲୀ ନିକଟରେ ବିବାହ ଘୋଷଣା କରିଥିଲେ। ବର୍ତ୍ତମାନ ଏହି ଯୋଡି ମଧ୍ୟ କୋରୋନା ଭାଇରସ ପାଇଁ ବିବାହ ତାରିଖ ଘୁଞ୍ଚାଇ ଦେଇଛନ୍ତି। ଏବର୍ଷ ଶେଷ ଆଡକୁ ବିବାହ ବନ୍ଧନରେ ଆବଦ୍ଧ ହେବେ ରିଚା ଓ ଅଲ୍ଲୀ ।