ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ ଅଭିନେତ୍ରୀ କଙ୍ଗନା ରଣାୱତ ସମ୍ପୂର୍ଣ୍ଣ ସୁରକ୍ଷା ସହ ମୁମ୍ବାଇ ଆସିଛନ୍ତି । ଏବେ ସେ ମୁମ୍ବାଇରେ ଅଛନ୍ତି ।
ଏହି ଅବସରରେ ମଙ୍ଗଳବାର କଙ୍ଗନା ସିଦ୍ଧିବିନାୟକ ମନ୍ଦିର ଦର୍ଶନ କରିବାକୁ ଯାଇଛନ୍ତି । ଗଣପତିଙ୍କ ଦର୍ଶନ ପାଇଁ କଙ୍ଗନା ଏକ ସବୁଜ ରଙ୍ଗର ଶାଢୀରେ ମରାଠୀ ଲୁକ୍ ରେ ନଜର ଆସିଥିଲେ ।
ବର୍ତ୍ତମାନ ସୋସିଆଲ ମିଡିଆରେ କଙ୍ଗନାଙ୍କ ମରାଠୀ ଲୁକ୍ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଏହା ସହିତ କଙ୍ଗନା କେଶରେ ଗଜରା ଏବଂ ନାକରେ ରିଙ୍ଗ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହି ପୁରା ଲୁକରେ କଙ୍ଗନା ବହୁତ ସୁନ୍ଦର ଦେଖାଯାଉଥିଲେ ।
ମନ୍ଦିର ପରିଚାଳକ ହେମନ୍ତ ଯାଦବଙ୍କ ଅନୁଯାୟୀ, କଙ୍ଗନା ସକାଳ 10ଟାରେ ମନ୍ଦିରରେ ପହଞ୍ଚିଥିଲେ । ଯେପର୍ଯ୍ୟନ୍ତ ସେ ମନ୍ଦିର ଭିତରେ ରହିଥିଲେ ତାଙ୍କର କମାଣ୍ଡୋମାନେ ବାହାରେ ଠିଆ ହୋଇ ଜଗିଥିଲେ ।
ଏଥିସହିତ କଙ୍ଗନା ଗଣପତି ବାପ୍ପା ମୋରିଆ ଏବଂ ଜୟ ମହାରାଷ୍ଟ୍ର ବୋଲି କହିଥିଲେ। ଏହା ବ୍ୟତୀତ ସେ କହିଥିଲେ ଯେ, ଏଠାରେ କେବଳ (ମୁମ୍ବାଇ)ରେ ରହିବାକୁ ହେଲେ ମୋତେ ଗଣପତିଙ୍କ ଅନୁମତି ଦରକାର ଏବଂ ଗଣପତି ବାପ୍ପାଙ୍କ ଅନୁମତି ନେବାକୁ ମୁଁ ଏଠାକୁ ଆସିଛି । ଆଉ କାହାର କୌଣସି ଅନୁମତିର ଆବଶ୍ୟକତା ମୋତେ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ