ମୁମ୍ବାଇ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୋମବାର ଦିନିକିଆ ମନାଲୀ ଗସ୍ତରେ ଯାଇଥିଲେ । ସେଠାରେ ସେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ରଣବୀର କପୁରଙ୍କୁ ସାକ୍ଷାତ କରିଛନ୍ତି ।
20 ମନିଟର ସେହି ସାକ୍ଷାତରେ ଜୟରାମ ସେମାନଙ୍କୁ ମନାଲିରେ ସ୍ବାଗତ କରିବା ସହ ସେମାନଙ୍କ ଟିମ୍କୁ ଯଥାସମ୍ଭବ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ତେବେ ଏହି ସାକ୍ଷାତ ମସୟରେ ବାହାରେ ଏହି ଦୁଇ ଅଭିନେତାଙ୍କୁ ଦେଖିବାକୁ ଜନସମୁଦ୍ର ଏକାଠି ହୋଇଥିଲେ । ଏହାର ସୂଚନା ଦେଇଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ।
ଏଠାରେ ସୂଚନାଯୋଗ୍ୟ, ବି-ଟାଉନର ଚର୍ଚ୍ଚିତ ଲଭବାର୍ଡ ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ ଅପେକ୍ଷାରେ ରହିଛି । ଏହି ଫିଲ୍ମରେ ଅମିତାଭ ବଚ୍ଚନ, ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ ଓ ମୌନୀ ରାୟଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହାର କାହାଣୀ ଥ୍ରିଲର, ଡ୍ରାମାକୁ ନେଇ ଆଧାରିତ ।