ମୁମ୍ବାଇ: ନିକଟରେ ନିର୍ମାତା ତଥା କୋରିଓଗ୍ରାଫର ରେମୋ ଡିସୁଜା ହୃଦଘାତରେ ପୀଡିତ ହେବା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅସୁସ୍ଥତାକୁ ନେଇ ଚିନ୍ତିତ ହୋଇଯାଇଥିବା ଫ୍ୟାନ୍ସଙ୍କ ପାଇଁ ଏବେ ସାମ୍ନାକୁ ଆସିଛି ଗୁଡନ୍ୟୁଜ । କାରଣ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାର ସୂଚନା ସେ ନିଜେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଛନ୍ତି ।
ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ତୁମମାନଙ୍କ ସ୍ନେହ ଓ ପ୍ରେମ ପାଇଁ ଧନ୍ୟବାଦ । କାରଣ ତୁମମାନଙ୍କ ଆଶୀର୍ବାଦ ପାଇଁ ମୁଁ ଆଜି ସୁସ୍ଥ ହୋଇ ଘରକୁ ଫେରିଛି । ଗାବ୍ରିଏଲ ଡିସୁଜଙ୍କ ଶାନଦାର ସ୍ବାଗତ । ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି 46 ବର୍ଷିୟ ରେମୋ ଗତ 11 ତାରିଖରେ ରିୟାଲିଟି ଶୋ ‘ଡାନ୍ସ ଇଣ୍ଡିଆ ଡାନ୍ସ’ ଶୋରେ ହଠାତ୍ ଛାତ୍ରରେ ଯନ୍ତ୍ରଣା ଅନୁଭବ କରିଥିଲେ । ଯାହା ପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା ।
ଯଦି ତାଙ୍କ କ୍ୟାରିୟର ବିଷୟରେ କଥା ହେବା ତାହାଲେ ସେ ବଲିଉଡର ପପୁଲାର କୋରିଓଗ୍ରାଫରଙ୍କ ମଧ୍ୟରେ ଅନ୍ୟତମ । ଅନେକ ଫିଲ୍ମରେ ଜବରଦସ୍ତା ଡାନ୍ସରେ ଷ୍ଟାର୍ସଙ୍କୁ ନଚାଇ ସାରିଛନ୍ତି ସେ । ଏହି କ୍ରମରେ ସାମିଲ ଅଛି ‘ତୁମ ବିନ’, ‘କାଣ୍ଟେ’, ‘ଧୁମ୍’, ‘ରକ ଅନ୍’ ଏବଂ ‘ୟେ ଜୱାନି ହେ ଦିୱାନି’ ଭଳି ଫିଲ୍ମ । ସେହିପରି ସେ ନିର୍ଦ୍ଦେଶକ ରୂପେ ‘ଫାଲତୁ’, ‘ଏବିସିଡି’, ‘ଏ ଫ୍ଲାଇଂ ଜେଟ୍’ ଏବଂ ‘ରେସ 3’ରେ ନିର୍ଦ୍ଦେଶନା ଦେଇସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ