ETV Bharat / sitara

‘ଡିଡିଏଲଜେ’ ଗୀତରେ ରାଜକୁମାର-ନୁସରତଙ୍କ ରୋମାନ୍ସ

author img

By

Published : Nov 17, 2020, 12:12 PM IST

ଭାଇରାଲ ହେଲା ନୁସରତ ଓ ରାଜକୁମାରଙ୍କ ନୂଆ ଭିଡିଓ । ରାଜ-ସିମରନ ସାଜି ସୋରିଷ କ୍ଷେତରେ କରୁଛନ୍ତି ରୋମାନ୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୁସରତ ଭରୁଚା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୁସରତ ଭରୁଚା

ମୁମ୍ବାଇ: ରାଜକୁମାର ରାଓ ଓ ନୁସରତ ଭରୁଚାଙ୍କ ଚର୍ଚ୍ଚିତ ଫିଲ୍ମ ‘ଛଲାଙ୍ଗ’ ଗତ 13ରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଯାଇଛି । ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ପିଟି ଶିକ୍ଷକ ଭାବେ ପୁଣି ଥରେ ନିଜ ଦମଦାର ଅଭିନୟ ସମସ୍ତଙ୍କୁ ଦେଖାଇଛନ୍ତି ରାଜକୁମାର । ଇତିମଧ୍ୟରେ ନୁସରତଙ୍କ ସହ ସୋରିଷ କ୍ଷେତରେ ରୋମାନ୍ସ କରୁଥିବାର ତାଙ୍କର ଏକ ଭିଡିଓ ଘୁରିବୁଲୁଛି । ଶାହରୁଖ ଖାନ ଓ କାଜଲଙ୍କ ବ୍ଲକବଷ୍ଟର ଫିଲ୍ମ ‘ଦିଲୱାଲେ ଦୁଲହନିଆ ଲେଜାଏଙ୍ଗ’ର ସିଗ୍ନଚର ଷ୍ଟେପ କରୁଥିବାର ନଜର ଆସୁଛନ୍ତି ଏହି ଯୋଡି ।

ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ କରି ନୁସରତ ଲେଖିଛନ୍ତି, ‘ବଡେ ବଡେ ଦେଶ ମେଁ ଐସେ ପ୍ୟାରି ପ୍ୟାରି ଭିଡିଓ ବନତେ ରହେତେ ହେଁ ।’ ଭିଡିଓରେ ଆପଣଙ୍କୁ ଦେଖିବାକୁ ମିଳିବ ଦୁଇଜଣ ରାଜ-ସିମରନଙ୍କ ଭଳି ଆକ୍ଟିଭ କରି ପପୁଲାର ଗୀତ ‘ତୁଝେ ଦେଖା ତୋ ଏ ଜାନା ସନମ’ ଗାଉଥିବାର ନଜର ଆସୁଛନ୍ତି । ଦୁଇଜଣଙ୍କ ଏହି ଅନ୍ଦାଜ ଫ୍ୟାନ୍ସଙ୍କ ମନ କିଣିଛି । ଆପଣ ବି ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ‘ଛଲାଙ୍ଗ’ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ହଂସଲ ମହେତା । ସେହିପରି ରାଜକୁମାର ଓ ନୁସରତଙ୍କ ବ୍ୟତୀତ ଫିଲ୍ମରେ ମହମ୍ମଦ ଜିଶାନ ଆୟୁବ, ସୈରଭ ଶୁକ୍ଲା, ଇଲା ଅରୁଣ ଏବଂ ସତୀଶ କୌଶିକ ଭଳି କଳାକାର । ଆଉ ଫିଲ୍ମର ନିର୍ମାତା ରୂପେ କାମ କରିଛନ୍ତି ଲଭ ଲଞ୍ଜନ, ଅଜୟ ଦେବଗନ, ଅଙ୍କୁର ଗର୍ଜ ଓ ଭୂଷଣ କୁମାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.