ETV Bharat / sitara

ରେମୋଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ

author img

By

Published : Oct 27, 2020, 7:18 PM IST

ଠକେଇ ମାମଲାରେ ଫସିଲେ ରେମୋ ଓ ତାଙ୍କ ପତ୍ନୀ । କୋଟି କୋଟି ଟଙ୍କା ନେଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦର ଏକ କୋର୍ଟରେ ବଲିଉଡର ଫେମସ କୋରିଓଗ୍ରାଫର, ନିର୍ଦ୍ଦେଶକ ରେମୋ ଡିସୁଜା ଏବଂ ତାଙ୍କ ପତ୍ନୀ ଲିଜେଲ ଡିସୁଜାଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଛି। ଦୁହେଁ ଫିଲ୍ମ ନାମରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଜିଲ୍ଲାର ସିହାନି ଗେଟ୍ ପୋଲିସ ରେମୋ ଓ ଲିଜେଲଙ୍କ ବିରୋଧରେ ଏକ ଚାର୍ଜସିଟ୍ ଉପସ୍ଥାପନ କରିଛି।

କଥାଟି ହେଲା ଯେ ରେମୋ ଗାଜିଆବାଦରେ ରହୁଥିବା ସତେନ୍ଦ୍ର ତ୍ୟାଗିଙ୍କ ଠୁ 2013ରେ 5 କୋଟି ଟଙ୍କା ନେଇଥିଲେ । ଆଉ ଫିଲ୍ମ ନିର୍ମାଣ ପୁରଣ ହେବା ପରେ ଟଙ୍କା ଫେରସ୍ତ କରିବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ ।

ହେଲେ ଫିଲ୍ମର ପ୍ରଡକ୍ସନ୍ ସମାପ୍ତ ହେବା ପରେ ରେମୋ ଟଙ୍କା ଫେରସ୍ତ କରିନଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ବର୍ତ୍ତମାନ ଚାର୍ଟସିଟ୍ କୋର୍ଟରେ ଉପସ୍ଥାପିତ ହୋଇଛି ।

ପ୍ରକାଶ ଥାଉକି 2016ରେ ସତେନ୍ଦ୍ର କୋର୍ଟଙ୍କ ନିର୍ଦ୍ଦେଶରେ ରେମୋ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଏକ ଠକେଇ ମାମଲା ଦାୟର କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.