ETV Bharat / sitara

ଜାଣନ୍ତୁ ‘ପତି ପତ୍ନି ଅର ୱୌ’ରେ ଭୂମିଙ୍କ ଭୂମିକା

author img

By

Published : Jun 26, 2019, 12:14 PM IST

Updated : Jun 26, 2019, 3:02 PM IST

ପରଦାକୁ ଆସୁଛି ‘ପତି ପତ୍ନୀ ଅର ୱୌ’ର ସ୍ବିକେଲ । ଫିଲ୍ମରେ କାର୍ତ୍ତିକ ଆରୟନଙ୍କ ସହ ରୋମାନ୍ସ କରିବେ ଦୁଇ ଦୁଇ ହିରୋଇନ । ଗୋଟେ ପଟେ ଅନନ୍ୟା ପାଣ୍ଡେ ଓ ଅନ୍ୟପଟେ ଭୂମି ପେଡନେକର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/bhumipednekar

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଭୂମି ପେଡନେକର ଆଗକୁ ଫିଲ୍ମ ‘ପତି ପତ୍ନି ଅର ୱୌ’ରେ ନଜର ଆସିବେ । ତେବେ ଫିଲ୍ମରେ ତାଙ୍କ ଚରିତ୍ରକୁ ନେଇ ଖୁଲାସା କରିଛନ୍ତି ଭୂମି । ଫିଲ୍ମରେ କାର୍ତ୍ତିକ ଆରୟନ ଓ ଅନନ୍ୟା ପାଣ୍ଡେଙ୍କ ସହ ଦେଖିବାକୁ ମିଳିବ ଭୂମିଙ୍କୁ । ତେବେ ଫିଲ୍ମରେ ଭୂମି ଜଣେ ସହରି ଝିଅ ଭୂମିକାରେ ନଜର ଆସିବେ ।

bhumi pednekar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/bhumipednekar

ତେବେ ରିଅଲ ଲାଇଫରେ ଭୂମି ଯେମିତି ଫିଲ୍ମରେ ବି ତାଙ୍କୁ ସେମିତି ଚିତ୍ରଣ କରାଯିବ । ଏନେଇ ଭୂମି କହିଥିଲେ, ‘ ଫିଲ୍ମରେ ମୋ ଚରିତ୍ର କାଫି କୁଲ ଝିଅ ଯିଏ ବଡ ସହରରେ ରହୁଥିବ’ । ତେବେ ଏହି ଚରିତ୍ରକୁ ନେଇ ଭୂମି ବହୁତ ଖୁସି ଅଛନ୍ତି ।

ପ୍ରକାଶଥାଉକି, ‘ପତି ପତ୍ନି ଅର ୱୌ’ 1978ରେ ରିଲିଜ ହୋଇଥିଲା । ଫିଲ୍ମକୁ ବି ଆର ଚୋପ୍ରା ନିର୍ମାଣ କରିଥିଲେ । ତେବେ ଏହା ସେହି ଫିଲ୍ମର ସ୍ବିକେଲ । ଫିଲ୍ମକୁ ଜୁନୋ ଚୋପ୍ରା ଓ ଅଭୟ ଚୋପ୍ରା ନିର୍ମାଣ କରିଛନ୍ତି । ଫିଲ୍ମରେ କାର୍ତ୍ତିକ ଆରୟନ ଓ ସଞ୍ଜିବ କୁମାର ନଜର ଆସିବେ । ଅନନ୍ୟା ପାଣ୍ଡେ ଫିଲ୍ମରେ କାର୍ତ୍ତିକଙ୍କ ସେକ୍ରେଟାରୀ ଭୂମିକାରେ ନଜର ଆସିବେ ।

ଫିଲ୍ମଟି ଡିସେମ୍ବର 6ରେ ପରଦାକୁ ଆସିବ । ପ୍ରଥମେ ଫିଲ୍ମକୁ 2020 ଜାନୁଆରୀ 10ରେ ରିଲିଜ କରିବାର ଥିଲା । ତେବେ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମୁଦ୍ଦସର ଅଜିଜ । ଏହା ବ୍ୟତୀତ ଭୂମି ବହୁତ ଜଲଦି କରନ ଜୋହରଙ୍କ ହରର ଫିଲ୍ମ ‘ଭୂତ’ରେ ମଧ୍ୟ ନଜର ଆସିବେ ।

Intro:Body:

blank

Conclusion:
Last Updated : Jun 26, 2019, 3:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.