ETV Bharat / sitara

କଙ୍ଗନାଙ୍କୁ ‘ୱାଇ ପ୍ଲସ’ ସୁରକ୍ଷାର ସ୍ବାଗତ କଲେ ହିମାଚଳ ପ୍ରଦେଶ ସିଏମ

author img

By

Published : Sep 7, 2020, 2:05 PM IST

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଲେ ହିମାଚଳ ପ୍ରଦେଶ ସିଏମ ଜୟରାମ ଠାକୁର । କଙ୍ଗନାଙ୍କୁ ୱାଇ ପ୍ଲସ ସୁରକ୍ଷା ମିଳିବାକୁ ନେଇ ଖୁସି ପ୍ରକାଶ କଲେ ସେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଗୃହ ମନ୍ତ୍ରାଳୟ ତରଫରୁ ୱାଇ ପ୍ଲସ ସୁରକ୍ଷା ମିଳିଛି । ଯାହା ପାଇଁ ପ୍ରଶଂସା କରି କଙ୍ଗନା ସୋସିଆଲ ମିଡିଆରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ କେନ୍ଦ୍ରର ଏହି ନିଷ୍ପତ୍ତିର ପ୍ରଶଂସା କରି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହାର ସ୍ବାଗତ କରିଛନ୍ତି । ଆଉ ଅମିତ ଶାହାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ସେହିପରି ନିକଟରେ ଜୟରାମ ନିଜ ବୟାନରେ କହିଥିଲେ, ‘କଙ୍ଗନା ହିମାଚଳର ଝିଅ ଆଉ ତାଙ୍କ ସୁରକ୍ଷା ଆମ ଦାୟିତ୍ବ । ତାଙ୍କ ମନାଲି ସ୍ଥିତ ନିବାସରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ହିମାଚଳ ବାହାରେ କଙ୍ଗନାଙ୍କୁ କେଉଁ ସୁରକ୍ଷା ଦିଆଯିବ ତାହା ଉପରେ ମଧ୍ୟ ବିଚାର କରାଯାଉଛି ।’

ପ୍ରକାଶ ଥାଉକି କଙ୍ଗନା ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ଅନେକ ସେଲିବ୍ରିଟିଙ୍କ ସହ ରାଜନେତାଙ୍କୁ ଟାର୍ଗେଟ କରିଆସୁଛନ୍ତି । ଯାହାପାଇଁ କିଛି ଦିନ ହେବ ଶିବସେନା ଓ କଙ୍ଗନାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି । ଏହାକୁ ଆଧାର କରି ବର୍ତ୍ତମାନ ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.