ମୁମ୍ବାଇ: ବୁଧବାର ସୁପ୍ରିମକୋର୍ଟ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତକ୍ଷେପ କରିଛନ୍ତି । ତେବେ ଏହି ମାମଲାରେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି ।
ଏନେଇ ଏହି ମାମଲାରେ ସିବିଆଇ ପ୍ରଥମେ ସୁଶାନ୍ତଙ୍କ ରୋଷେୟା ନୀରଜଙ୍କୁ ପଚରାଉଚରା କରିଛନ୍ତି । ପଚରାଉଚରା ବେଳେ ନୀରଜଙ୍କୁ ସିବିଆଇ ପକ୍ଷରୁ କିଛି ପ୍ରଶ୍ନ ପଚରାଯାଇଥିଲା ।
ନୀରଜଙ୍କୁ ପଚରାଯାଇଥିଲା ଯେ, ଜୁନ୍ 14ରେ ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବରୁ 13 ଜୁନ୍ ରେ ସୁଶାନ୍ତଙ୍କ ମାନସିକ ସ୍ଥିତି କଣ ଥିଲା ? ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବରୁ ନୀରଜ ସୁଶାନ୍ତଙ୍କ ସହ କଣ ଆଲୋଚନା କରିଥିଲେ ଏବଂ ସୁଶାନ୍ତ ନୀରଜଙ୍କୁ କଣ ଖାଇବାକୁ ଦେଉଥିଲେ ?
ଏଥିସହିତ, ସୁଶାନ୍ତ ଆତ୍ମହତ୍ୟା କରିଥିବା ଜାଣିବା ପରେ ଘରେ କିଏ ଉପସ୍ଥିତ ଥିଲେ? ସୁଶାନ୍ତଙ୍କ ମୃତ୍ୟୁଦେହ ଦେଖିବା ପରେ କିଏ ପୋଲିସକୁ ଫୋନ କରି ଡାକିବା ପାଇଁ କହିଥିଲା ? ଏନେଇ ଏହି ସମସ୍ତ ବିଷୟରେ ସିବିଆଇ ନୀରଜଙ୍କୁ ପ୍ରଶ୍ନ କରିଛନ୍ତି ।
ସୁଶାନ୍ତଙ୍କ ରୋଷେୟାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସିବିଆଇ ଟିମ୍ ସୁଶାନ୍ତଙ୍କ ବାନ୍ଦ୍ରା ଘରକୁ ଯାଇ ଘଟଣାର ପୁନଃ ତଦନ୍ତ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ