ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପଚରାଉଚରା ପାଇଁ ସିବିଆଇ କ୍ରମାଗତ ତୃତୀୟ ଦିନ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଡକାଇଛି । କ୍ରମାଗତ ଚତୁର୍ଥ ଦିନ ପଚରାଉଚରା ପାଇଁ ରିୟାଙ୍କ ଭାଇ ଶୋଭିକଙ୍କୁ ମଧ୍ୟ ସିବିଆଇ ଡକାଇଥିଲା । ଉଭୟଙ୍କୁ ସିବିଆଇ ପଚରାଉଚରା କରୁଛି ।
ସୂଚନାନୁସାରେ, ସିବିଆଇ ସୋମବାର ସୁଶାନ୍ତଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରିବ ।
ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ ଆଙ୍ଗେଲରେ ଗୌରବ ଆର୍ଯ୍ୟଙ୍କ ନାମ ପ୍ରକାଶ ପାଇଛି । ଯାଞ୍ଚ ଏଜେନ୍ସିର ଅନୁସନ୍ଧାନରେ ଯୋଗଦେବା ପାଇଁ ଗୌରବ ଆଜି ଗୋଆରୁ ମୁମ୍ବାଇ ଆସିଛନ୍ତି । ତାଙ୍କୁ ସୋମବାର ସିବିଆଇଙ୍କ ନିକଟରେ ପହଞ୍ଚିବାକୁ କୁହାଯାଇଛି ।
ବିମାନବନ୍ଦରରେ ଗୌରବ ଆର୍ଯ୍ୟ କହିଛନ୍ତି ଯେ, ସେ 2017ରେ ରିୟାଙ୍କୁ ଭେଟିଥିଲେ, କିନ୍ତୁ ସେ କେବେବି ସୁଶାନ୍ତଙ୍କୁ ଭେଟି ନାହାଁନ୍ତି ।
ବର୍ତ୍ତମାନ ସିବିଆଇର ବିଭିନ୍ନ ଟିମ ସୁଶାନ୍ତଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀ, ସିଦ୍ଧାର୍ଥ ପିଠାନି, ସାମୁଏଲ ଏବଂ ତାଙ୍କ କର୍ମଚାରୀଙ୍କୁ ପଚରାଉଚରା କରୁଛନ୍ତି ।
ରିୟାଙ୍କୁ ଶୁକ୍ରବାର ଦିନ 10 ଘଣ୍ଟାରୁ ଅଧିକ ସମୟ ଧରି ଯାଞ୍ଚ ଏଜେନ୍ସି ଟିମ ପଚରାଉଚରା କରିଥିଲେ ।
ଉଲ୍ଲେଖନୀୟ କଥା ହେଉଛି, ରିୟା ରାଜପୁତଙ୍କୁ ଆତ୍ମହତ୍ୟା କରିବାକୁ ଉତ୍ସାହିତ କରିଥିବା ଅଭିଯୋଗ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ