ETV Bharat / sitara

ଦୁଷ୍କର୍ମ ମାମଲା, ଜବାବ ଦେଲେ ‘ବେଲ୍ ବଟମ’ ନିର୍ଦ୍ଦେଶକ - ନିର୍ଦ୍ଦେଶକ ବୈଭବ ବିଶାନ୍ତଙ୍କ ପ୍ରତିକ୍ରିୟା

ସାମ୍ନାକୁ ଆସିଲା ନିର୍ଦ୍ଦେଶକ ବୈଭବଙ୍କ ବୟାନ । ବେଲ୍ ବଟମରେ କାମ କରୁଥିବା କାଷ୍ଟିଂ ଡାଇରେକ୍ଟର ଆୟୁଷଙ୍କ ଉପରେ ଲାଗିଥିବା ଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Dec 1, 2020, 10:56 AM IST

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ବେଲ୍ ବଟମ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ସହ ନଜର ଆସିବେ ବାଣୀ କପୁର, ହୁମା କୁରୈଶୀ ଓ ଲାରା ଦତ୍ତା । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶକ ବୈଭବ ବିଶାନ୍ତ । ଇତିମଧ୍ୟରେ ସେ ଚର୍ଚ୍ଚାରେ ଆସିଛନ୍ତି । ସେ ସୋମବାର ଏକ ବିବୃତ୍ତିରେ କାଷ୍ଟିଂ ନିର୍ଦ୍ଦେଶିକ ଆୟୁଷ ତିୱାରୀଙ୍କ ଉପରେ ଲାଗିଥିବା ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରି ଫିଲ୍ମ ‘ବେଲ୍ ବଟମ’ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ଜଣାଇଛନ୍ତି ।

ଜଣେ ଟେଲି ଅଭିନେତ୍ରୀ ତିୱାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିବା ପରେ ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେସନରେ ଧାରା 376 ଅନୁଯାୟୀ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା । ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବୈଭବ । ତାଙ୍କ ଅନୁଯାୟୀ ‘ବେଲ୍ ବଟମ’ ସହିତ ଅଭିଯୁକ୍ତଙ୍କର କୌଣସି ସମ୍ପର୍କ ନାହିଁ । ମିଡିଆ କେବଳ ଫୁଟେଜ ପାଇବା ପାଇଁ ଏପରି ଅଭିଯୋଗ କରିଛନ୍ତି ।

ସେହିପରି ଜାରି କରିଥିବା ଷ୍ଟେଟମେଣ୍ଟରେ ସେ କହିଛନ୍ତି, ‘ମିଥ୍ୟା ଏବଂ ଯାଞ୍ଚ ହୋଇନଥିବା ଅଭିଯୋଗରେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଅନ୍ୟମାନଙ୍କ ନାମକୁ ଦେଖିବା ଦୁଃଖଦାୟକ । ମୁଁ ବେଲ ବଟମର କାଷ୍ଟିଂ ନିର୍ଦ୍ଦେଶକ । ଫ୍ରିଲାନ୍ସର୍ ରୂପେ ଆୟୁଷ ମୋ କମ୍ପାନୀରେ କାମ କରୁଥିଲେ ଏବଂ ସେ ବ୍ୟକ୍ତିଗତ ରୂପେ କଣ କରିଛନ୍ତି ତାହା ଫିଲ୍ମ କିମ୍ବା ଏହାର କାଷ୍ଟିଂ ସହିତ କୌଣସି ସମ୍ପର୍କ ନାହିଁ । ସେ କୌଣସି ସାମର୍ଥ୍ୟରେ ବେଲ୍ ବଟମରେ କାମ କରିନାହାଁନ୍ତି । ଏହା ଦେଖିବା ଅତ୍ୟନ୍ତ ଅସନ୍ତୋଷଜନକ ଯେ କିଛି ପ୍ରକାଶନ ଏକ କ୍ଲିକ୍ ବାଇଟ୍ ହେଡଲାଇନ୍ ପାଇବା ପାଇଁ ଯେକୌଣସି ଅଣସଂରକ୍ଷିତ ଏବଂ ଅସ୍ପଷ୍ଟ ତଥ୍ୟ ବାହାର କରୁଛନ୍ତି । ଆୟୁଷ ବେଲ୍ ବଟମ ପାଇଁ କିଛି ମଧ୍ୟ କାର୍ଯ୍ୟ କରିନାହାଁନ୍ତି । ମୁଁ ଆଶା କରୁଛି ପୋଲିସ ଏକ ନିରପେକ୍ଷ ତଦନ୍ତ କରି ନ୍ୟାୟ ପ୍ରଦାନ କରିବ । ତଥାପି, ମୁଁ ମିଡିଆ ପ୍ରକାଶନକୁ ଅନୁରୋଧ କରିବି ଯେ ଏହି ମାମଲାରେ ବେଲ୍ ବଟମ ନାମକୁ ସମ୍ପୃକ୍ତ ନକରିବା ପାଇଁ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.