ETV Bharat / sitara

ଷ୍ଟାର ଆଉ ବିବାଦ: ବିବାଦୀୟ ମନ୍ତବ୍ୟ ଦେଇ ଫସିଛନ୍ତି ଏହି କଳାକାର...

author img

By

Published : May 30, 2021, 10:53 AM IST

ବିବାଦୀୟ ମନ୍ତବ୍ୟ ଦେଇ ଫସିଛନ୍ତି ଅନେକ ଚର୍ଚ୍ଚିତ ଚେହେରା । କିଏ ସେ ସେଲିବ୍ରିଟି ଓ ସେମାନଙ୍କ ମାମଲା ସମ୍ପର୍କରେ ଜାଣିବା ପାଇଁ ଅଧିକ ପଢନ୍ତୁ...

ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ଏହି କଳାକାର

ଚଣ୍ଡିଗଡ଼: ବିବାଦୀୟ ମନ୍ତବ୍ୟ ଓ କଳାକାରଙ୍କ ମଧ୍ୟରେ ପୁରୁଣା ସମ୍ପର୍କ ରହିଆସିଛି । ଚର୍ଚ୍ଚିତ ଚେହେରାମାନେ ଏଭଳି ମନ୍ତବ୍ୟ ଦେଇ ପୋଲିସ ମାମଲାରେ ଫସିଛନ୍ତି । ବି-ଟାଉନର କିଛି ଚର୍ଚ୍ଚିତଙ୍କ ନାମରେ ହରିୟାଣା ପୋଲିସ ମାମଲା ରୁଜୁ କରିଛି । ତେବେ ସେମାନଙ୍କ ବିରୋଧରେ ବିଭିନ୍ନ ବିବାଦୀୟ ମନ୍ତବ୍ୟକୁ ନେଇ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ଏହି ବିବାଦୀୟ ମନ୍ତବ୍ୟ ମାମଲାରେ କ୍ରିକେଟର ଯୁବରାଜ ସିଂ, ବିଗ ବସ ଫେମ ସୋନାଲି ଫୋଗାଟ, ତାରକ ମେହତା କି ଉଲ୍‌ଟା ଚଷମା ଧାରାବାହିକର କଳାକର ବବିତା ଜି ବା ମୁନମୁନ ଦତ୍ତ ଓ ଅଭିନେତା ରଣଦୀପ ହୁଡ୍ଡାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁ ସେଲିବ୍ରିଟିଙ୍କ ନାମରେ କ'ଣ ରହିଛି ମାମଲା:-

ଯୁବରାଜ ସିଂଙ୍କ ବିବାଦ:-

ଭାରତୀୟ କ୍ରିକେଟର ଯୁବରାଜ ସିଂ ଇନଷ୍ଟାଗ୍ରାମରେ କ୍ରିକେଟର ଯୁଜବେନ୍ଦ୍ର ଚହଲଙ୍କ ସହିତ ଭିଡିଓ ଚାଟିଂ କରିବା ସମୟରେ ଏକ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ଏହାପରେ ହରିୟାଣାର ହାନ୍ସି ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ସେ ଅନସୂଚିତ ଜାତି ଓ ଜନଜାତି ଅତ୍ୟାଚାର ଅଧିନିୟମ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।

ସୋନାଲି ଫୋଗାଟଙ୍କ ଚାପୁଡା ମାରିବାକୁ ନେଇ ବିବାଦ:-

ବିଗ ବସ ଫେମ ସୋନାଲି ଫୋଗାଟଙ୍କ ବିରୋଧରେ ମଧ୍ୟ ହରିୟାଣାରେ ମାମଲା ରୁଜୁ କରାଯାଇଥିଲା । ଗତବର୍ଷ ବିଜେପି ନେତା ସୋନାଲି ଫୋଗାଟଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସେ ମାର୍କେଟ କମିଟିର ସେକ୍ରେଟାରୀ ସୁଲତାନ ସିଂଙ୍କୁ ଚାପୁଡା ମାରିବା ସହିତ ଚପଲରେ ମାଡ ମାରୁଥିବା ଦେଖିବାକୁ ମିଳିଥିଲା । ସୁଲତାନ ତାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଇଥିବାରୁ ସେ ତାଙ୍କୁ ଚାପୁଡା ମାରିଥିଲେ ବୋଲି କହିଥିଲେ । ଏହି ଟିକଟକ ଷ୍ଟାର ସୋନାଲି ଗତ 2019 ମସିହାରେ ହରିୟାଣାର ଆଦମପୁର ବିଧାନସଭା ଆସନରୁ କଂଗ୍ରେସ ନେତା କୁଲଦୀପ ବିଶ୍ରୋଇଙ୍କ ସହିତ ବିରୋଧରେ ନିର୍ବାଚନ ଲଢିଥିଲେ । କିନ୍ତୁ ସେ ଏହି ନିର୍ବାଚନ ଜିତିପାରିନଥିଲେ ।

ମୁନମୁନ ଦତ୍ତାଙ୍କ ବିବାଦ: -

ଅନୁସୂଚିତ ମାନବ ଅଧିକାର ଜାତୀୟ ମିଳିତ ମଞ୍ଚର ସଂଯୋଜକ ରଜତ କଲସନ ମୁନମୁନଙ୍କ ବିରୋଧରେ ମାମଲା ଦାଏର କରିଥିଲେ । ମୁନମୁନ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ ସେଥିରେ ସେ ଅନୁସୂଚିତ ଜାତି ଓ ଜନଜାତି ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ରଣଦୀପ ହୁଡ୍ଡାଙ୍କ ବିବାଦ:-

ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ବିରୋଧରେ ରଣଦୀପ ହୁଡ୍ଡା ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଗତ କିଛି ଦିନ ପୂର୍ବେ ଅଭିନେତା ରଣଦୀପଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସେ ମାୟାବତୀ ନାମକ ଏକ ମହିଳାଙ୍କୁ ନେଇ ଥଟ୍ଟାମଜା କରୁଥିଲେ । ଏହି ଘଟଣାକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.