ETV Bharat / sitara

'ବ୍ରହ୍ମାସ୍ତ୍ର'ର ସୁଟିଂ ଶେଷ କଲେ ନାଗାର୍ଜୁନ

author img

By

Published : Feb 16, 2021, 7:58 PM IST

ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ଆଗାମୀ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର'କୁ ନେଇ ଏକ ବଡ ଖବର । 'ବ୍ରହ୍ମାସ୍ତ୍ର'ର ଅନ୍ୟତମ ଲିଡ୍ ଷ୍ଟାର ନାଗାର୍ଜୁନ ଆକ୍କିନେନି ଏକ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ସେ ତାଙ୍କ ଭାଗର ସୁଟିଂକୁ ଶେଷ କରିଦେଇଛନ୍ତି । ଅଧିକ ପଢନ୍ତୁ...

Brahmastra: It's a wrap for Nagarjuna, Alia Bhatt thanks him for 'memories'
'ବ୍ରହ୍ମାସ୍ତ୍ର'ର ସୁଟିଂ ଶେଷ କଲେ ନାଗାର୍ଜୁନ

ହାଇଦ୍ରାବାଦ: ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ଆଗାମୀ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର'କୁ ନେଇ ଏକ ବଡ ଖବର । 'ବ୍ରହ୍ମାସ୍ତ୍ର'ର ଅନ୍ୟତମ ଲିଡ୍ ଷ୍ଟାର ନାଗାର୍ଜୁନ ଆକ୍କିନେନି ଏକ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ସେ ତାଙ୍କ ଭାଗର ସୁଟିଂକୁ ଶେଷ କରିଦେଇଛନ୍ତି।

ଏହି ଚଳଚ୍ଚିତ୍ରରେ ରଣବୀର କପୁର, ଆଲିଆ ଭଟ୍ଟଙ୍କ ସମେତ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ନାଗାର୍ଜୁନ ଆକ୍କିନେନିଙ୍କ ସମେତ ଅନେକ ବଡ ତାରକାମାନେ ମଧ୍ୟ ନଜର ଆସିବେ ।

ନାଗାର୍ଜୁନ ତାଙ୍କ ଟ୍ବିଟର ପୋଷ୍ଟରେ ଲେଖିଛନ୍ତି, 'ମୁଁ ଫିଲ୍ମ' ବ୍ରହ୍ମାସ୍ତ୍ର'ର ସୁଟିଂ ଶେଷ କରିସାରିଛି, ଆଲିଆ ଏବଂ ରଣବୀରଙ୍କ ପରି ଅଭିନେତାଙ୍କ ସହ କାମ କରିବା ଏକ ବଡ଼ ଅନୁଭୂତି ଥିଲା । ଆମେ ଆପଣଙ୍କୁ କହିବୁ ଯେ ଏହି ଚଳଚ୍ଚିତ୍ରରେ ଆଲିଆ ଏବଂ ରଣବୀରଙ୍କୁ ଇଶା ଏବଂ ଶିବଙ୍କ ଚରିତ୍ରରେ ଦେଖିବାକୁ ମିଳିବ । ନାଗାର୍ଜୁନ ଆଲିଆ ଏବଂ ରଣବୀରଙ୍କ ସହ ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

ପ୍ରକାଶ ଥାଉ ଯେ, ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସୁଟିଂ ଗତ ବର୍ଷ ଆରମ୍ଭ ହୋଇଥିଲା କିନ୍ତୁ କରୋନା କାରଣରୁ ଏହାକୁ ମାର୍ଚ୍ଚ 2020 ରେ ବନ୍ଦ କରିବାକୁ ପଡିଥିଲା । ତେବେ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ବର୍ତ୍ତମାନ ସୁଦ୍ଧା ମଧ୍ୟ ଘୋଷଣା କରାଯାଇ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.