ETV Bharat / sitara

ବୋନିଙ୍କ ନାଁରେ ଠକେଇ ମାମଲା - celebrity

ସେଲିବ୍ରିଟି କ୍ରିକେଟ ଲିଗ କଥା କହି ଅଢେଇ କୋଟି ଟଙ୍କା ଠକେଇ ଅଭିଯୋଗ ଆଣିଛନ୍ତି ଜଣେ ନିବେଶକ ପ୍ରବୀଣ । ଏହି ଠକାମିରେ ସାମିଲ ଅଛନ୍ତି ବି-ଟାଉନର ଲୋକପ୍ରିୟ ଫିଲ୍ମ ନିର୍ମାତା ବୋନି କପୁର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ବୋନି କପୁର ଫ୍ୟାନକ୍ଲବ
author img

By

Published : Jun 20, 2019, 7:20 PM IST

ପ୍ରତାପନଗର: ରାଜସ୍ଥାନ ଜୟପୁର ପ୍ରତାପନଗର ଥାନାରେ ଫିଲ୍ମ ନିର୍ମାତା ବୋନି କପୁର, ମୁସ୍ତଫା ରାଜ ସହ ଆଉ 3 ବ୍ୟକ୍ତିଙ୍କ ବିରୋଧରେ ଠକେଇ ଅଭିଯୋଗ ମାମଲା ରୁଜୁ ହୋଇଛି । ଅଭିଯୋଗକାରୀ ପ୍ରବୀଣ କହିଛନ୍ତି ଯେ ତାଙ୍କୁ ସେଲିବ୍ରିଟି କ୍ରିକେଟ ମ୍ୟାଚର ଲୋଭ ଦେଖାଇ ତାଙ୍କ ଠାରୁ କୋଟି କୋଟି ଟଙ୍କା ଠକିଛନ୍ତି ଏମାନେ ।

ଜଗତପୁରାର ରାମନଗରିୟା ନିବାସୀ ପ୍ରବୀଣଙ୍କ ଅଭିଯୋଗ ଅନୁସାରେ ସେ 2018ରେ ପବନ ଜଙ୍ଗିଡ଼ଙ୍କୁ ସାକ୍ଷାତ କରିଥିଲେ । ସେହି ସମୟରେ ପବନ ତାଙ୍କୁ ଜୟପୁରରେ ସେଲିବ୍ରିଟି କ୍ରିକେଟ ଲିଗ କଥା କହିଥିଲେ । ଯେଉଁଥିରେ ବଲିଉଡର ଅନେକ କଳାକାର ସାମିଲ ହେବେ । ଅନ୍ୟପଟେ ଲିଗରେ ବୋନି ଓ ମୁସ୍ତାଫାଙ୍କୁ ପାର୍ଟନର କରାଯାଇଛି ବୋଲି ପ୍ରଲୋଭନ ଦେଖାଇଥିଲେ ପବନ । ଏହି କ୍ରିକେଟ ଲିଗ ଜରିଆରେ ଡବଲ ଫାଇଦା ହେବ । ପରେ ତାଙ୍କୁ ପବନ ମୁମ୍ବାଇ ନେଇ ମୁସ୍ତଫାଙ୍କ ସହ ସାକ୍ଷାତ ମଧ୍ୟ କରାଇଥିଲେ । ଅନ୍ୟପଟେ ପ୍ରବୀଣ ଲିଗରେ ନିବେଶ କରିବା ପାଇଁ ପବନଙ୍କୁ ପାଖାପଖି 2.50 କୋଟି ଟଙ୍କା ଦେଇଥିଲେ ।

ଗତ ବର୍ଷ ଅକ୍ଟୋବରରେ ବୋନି ଜୟପୁର ଆସିଥିଲେ । ଲଲିତ ହୋଟେଲରେ ପ୍ରେସମିଟ ମଧ୍ୟ କରାଇ ଡିସେମ୍ବରରେ କ୍ରିକେଟ ଲିଗ ଆୟୋଜନ ହେବା ନେଇ ସୂଚନା ଦେଇଥିଲେ । କିନ୍ତୁ ଡିସେମ୍ବରରେ ଏହି ଲିଗ ଆୟୋଜନ ହୋଇନଥିଲା । ଲିଗ ନହେବାରୁ ପ୍ରବୀଣ ନିଜ ନିବେଶ ଟଙ୍କା ମାଗିଥିଲେ କିନ୍ତୁ ପବନ ତାଙ୍କୁ ଟଙ୍କା ଦେବାକୁ ମନା କରିଦେଇଥିଲେ ।

ଏହାପରେ ପ୍ରବୀଣ ବୋନି, ମୁସ୍ତଫା ଏବଂ କ୍ରିକେଟ ଲିଗ ନିର୍ଦ୍ଦେଶକ ପବନଙ୍କ ବିରୋଧରେ ଅଭିଯୋଗ ଦାୟର କରିଛନ୍ତି । ବର୍ତ୍ତମାନ ପ୍ରତାପନଗର ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.