ETV Bharat / sitara

ସିଲ୍ ହେଲା ଜାହ୍ନବୀଙ୍କ ଘର, କୋରୋନା ସଂକ୍ରମିତ ଷ୍ଟାପ

author img

By

Published : May 19, 2020, 8:34 PM IST

ଏବେ ଆଉ ଏକ ଫିଲ୍ମ ଷ୍ଟାର୍ସଙ୍କ ଘରେ କୋରୋନା ସଂକ୍ରମିତ। ହୋମ କ୍ବାରେଣ୍ଟାଇନରେ କପୁର ପରିବାର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟା୍ଗ୍ରାମ@ଜାହ୍ନବୀ କପୁର
ଫଟୋ ସୌଜନ୍ୟ: ଇନଷ୍ଟା୍ଗ୍ରାମ@ଜାହ୍ନବୀ କପୁର

ମୁମ୍ବାଇ: ବିଶିଷ୍ଟ ଫିଲ୍ମ ନିର୍ମାତା ବୋନି କପୁର ଓ ତାଙ୍କ ଦୁଇ ତନୟା ଜାହ୍ନବୀ କପୁର ଓ ଖୁସି କପୁରଙ୍କୁ ହୋମ କ୍ବାରେଣ୍ଟାଇନ କରିଦିଆଯାଇଛି। କାରଣ ତାଙ୍କ ଘରର ଜଣେ ଷ୍ଟାଫଙ୍କ କୋରୋନା ଟେଷ୍ଟ ପଜେଟିଭି ବାହାରିଛି । ଯାହାକୁ ଦୃଷ୍ଟିରେ ରଖି ବୋନିଙ୍କ ଘରକୁ ସିଲ କରାଯାଇଛି। ଏହି ମାମଲାରେ ଏବେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଦେଇଛନ୍ତି ।

ମୁମ୍ବାଇର ଅନ୍ଧେରୀରେ ଥିବା ଗ୍ରୀନ ଏକର୍ସ ସୋସାଇଟିର ସୂଚନା ଅନୁଯାୟୀ ବୋନିଙ୍କ ଘରେ କାମ କରୁଥିବା 23 ବର୍ଷୀୟ ଜଣେ ଷ୍ଟାଫ କିଛି ଦିନ ହେବ ଅସୁସ୍ଥ ଥିଲେ। ଟେଷ୍ଟ କରିବାରୁ ଜଣାପଡିଥିଲା ଯେ ସେ କୋରୋନା ସଂକ୍ରମିତ।

ଏହି ମାମଲାରେ ବୋନି କହିଛନ୍ତି ଯେ ବର୍ତ୍ତମାନ ସେ ନିଜ ଝିଅଙ୍କ ସହ ଘରେ ସୁରକ୍ଷିତ ଅଛନ୍ତି। ଯେବେଠୁ ଲକଡାଉନ ଆରମ୍ଭ ହୋଇଛି, ସେହି ସମୟରୁ ସେ ବାହାରକୁ ବାହାରିନାହାଁନ୍ତି । ଆଶା କରୁଛନ୍ତି ଯେ ତାଙ୍କ ଷ୍ଟାଫ ଶୀଘ୍ର ସୁସ୍ଥ ହୋଇଯିବେ। କୋରୋନା ପଜେଟିଭ ସମ୍ପର୍କରେ ଆସିବାରୁ ସ୍ଥାନୀୟ ପ୍ରଶାସନ ତରଫରୁ ମିଳିଥିବା ପରାର୍ମଶ ଉପରେ ସମସ୍ତେ କାମ କରୁଛୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.