ETV Bharat / sitara

ପତ୍ନୀଙ୍କ ପାଇଁ ପୁଣି ଭାବୁକ ହେଲେ ବୋନି

author img

By

Published : Nov 19, 2019, 12:45 PM IST

ବଲିଉଡର ବିଶିଷ୍ଟ ଅଭିନେତ୍ରୀ ରେଖା ଓ ସ୍ୱର୍ଗୀୟ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଏଏନଆର ପୁରସ୍କାରରେ ପୁରସ୍କୃତ କରାଯାଇଛି । ସେ ପରଲୋକରେ ଥିବାରୁ ଏହି ପୁରସ୍କାର ସ୍ବୀକାର କରିଛନ୍ତି ତାଙ୍କ ସ୍ବାମୀ ବୋନି କପୁର । ସୋସିଆଲ ମିଡିଆରେ ଭାଇରାଲ ହେଲା ବୋନିଙ୍କ ଅନେକ ଫଟୋ।

ଫଟୋ ସୌଜନ୍ୟ: ଟ୍ବିଟର@ବୋନି କପୁର

ମୁମ୍ବାଇ: ସ୍ବର୍ଗୀୟ ଅଭିନେତ୍ରୀ ତଥା ବଲିଉଡର ପ୍ରଥମ ଲେଡି ସୁପରଷ୍ଟାର ଶ୍ରୀଦେବୀଙ୍କୁ ଅକ୍କିନେନୀ ନାଗେଶ୍ବର ରାଓ (ଏଏନଆର) ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାରକୁ ଗ୍ରହଣ କରିବା ପାଇଁ ତାଙ୍କୁ ସ୍ବାମୀ, ନିର୍ମାତା ବୋନି କପୁରଙ୍କୁ ଷ୍ଟେଜକୁ ଡକାଯାଇଥିଲା । କିନ୍ତୁ ବୋନି ପୁରସ୍କାର ଗ୍ରହଣ କରୁଥିବା ସମୟରେ ଖୁବ୍ ଭାବବିହ୍ବଳ ନଜର ଆସୁଥିଲେ ।

ଏହି ଅବସରରେ ବୋନି କହିଥିଲେ ଯେ ଯଦି ଆଜି ଶ୍ରୀଦେବୀ ଏଠାରେ ଉପସ୍ଥିତ ଥାଆନ୍ତେ ତାହାଲେ ପୁରସ୍କାର ନେବା ସମୟରେ ଖୁସି ଅନୁଭବ ହୋଇଥାନ୍ତା। ତାଙ୍କ ପାଇଁ ସେ ବିନମ୍ରତା ସହ ଏହି ପୁରସ୍କାର ସ୍ବୀକାର କରୁଛି । ବର୍ତ୍ତମାନ ସୋସିଆଲ ମିଡିଆରେ ବୋନିଙ୍କ ଅନେକ ଫଟୋ ଘୁରିବୁଲୁଛି । ଫଟୋରେ ସେ ଭାବୁକ ଦେଖାଯାଉଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ବୋନି କପୁର

ପ୍ରକାଶ ଥାଉକି ସିନେମା ଜଗତରେ ଶ୍ରୀଦେବୀଙ୍କ ଯୋଗଦାନ ପାଇଁ ତାଙ୍କୁ 2018ରେ ଏହି ସମ୍ମାନ ପାଇଁ ଚୟନ କରାଯାଇଥିଲା। ସେହିପରି ବଲିଉଡର ଏଭରଗ୍ରୀନ ଅଭିନେତ୍ରୀ ରେଖାଙ୍କୁ ତାଙ୍କ ଯୋଗଦାନ ପାଇଁ ଏବର୍ଷ ସମ୍ମାନିତ କରାଯାଇଛି । ତେଲୁଗୁ ସୁପରଷ୍ଟାର ଚିରଞ୍ଜବୀ, ବୋନିଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.