ETV Bharat / sitara

ପାୟଲଙ୍କ ନାଁରେ 1 କୋଟି ଟଙ୍କାର ମାନହାନି କେସ କଲେ ରିଚା

ଅଭିନେତ୍ରୀ ପାୟଲଙ୍କ ନାଁରେ ରିଚାଙ୍କ ମାନହାନି ମକଦ୍ଦମା । ଅଧିକ ପଢନ୍ତୁ

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Oct 7, 2020, 7:02 PM IST

ମୁମ୍ବାଇ: ଫେମସ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷଙ୍କ ନାଁରେ 1.1 କୋଟି ଟଙ୍କାର ମାନହାନି କେସ କଲେ ରିଚା ଚଡ୍ଡା । ବୁଧବାର ବମ୍ବେ ହାଇକୋର୍ଟର ବିଚାରପତି ଅନିଲ ମେନନଙ୍କ ସମ୍ମୁଖରେ ଏହି ମାମଲାର ଶୁଣାଣି ହୋଇଛି ।

ଶୁଣାଣି ସମୟରେ ଜଷ୍ଟିସ ମେନନ ଅଭିନେତ୍ରୀଙ୍କ ଓକିଲ ନିତିନ ସତପୁତେଙ୍କୁ ପ୍ରଶ୍ନ କରିଥିଲେ ଯେ କଣ ତାଙ୍କ ମହକିଲ ନିଜ ବୟାନରେ ରିଚାଙ୍କ ନାମ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ଅଛନ୍ତି । ଯାହାର ଜବାବରେ ନିତିନ କହିଥିଲେ ସେ ପାୟଲଙ୍କ ସହ କଥାବାର୍ତ୍ତା କରିସାରିବା ପରେ ଏହାର ଜବାବ ଦେବେ ।

ପ୍ରକାଶ ଥାଉକି ପାୟଲ ଯୌନ ନିର୍ଯାତନା ଅଭିଯୋଗ ଅନୁରାଗଙ୍କ ବିରୁଦ୍ଧରେ ଆଣିବା ସମୟରେ ଅନେକ ଅଭିନେତ୍ରୀଙ୍କ ନାମ ନିଜ ବୟାନରେ ସାମିଲ କରିଥିଲେ । ଆଉ କହିଥିଲେ ଏମିତି ଅନେତ୍ରୀ ଅଛନ୍ତି ଯିଏ ଅନୁରାଗଙ୍କ ସହ କାମ କରିବାକୁ କିଛି ମଧ୍ୟ କରିପାରିବେ । ଏଥିରେ ସେ ରିଚାଙ୍କ ନାମ ମଧ୍ୟ ନେଇ ଥିଲେ । ତାଙ୍କର ଏହି ବୟାନର ଜବାବ ଦେଇ ମାନହାନି କେସ କରିଛନ୍ତି ରିଚା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.