ହାଇଦ୍ରାବାଦ: ଭାରତ ଆଜି(16 ଜୁନ) ନିଜ ପାରମ୍ପରିକ ପ୍ରତିଯୋଗୀ ପାକିସ୍ତାନ ସହ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ମ୍ୟାଚ ଖେଳିବ । ଭାରତ-ପାକିସ୍ତାନ ଭିତରେ ମ୍ୟାଚ ସବୁବେଳେ ଚର୍ଚ୍ଚାରେ ଥାଏ । ସାଧାରଣ ଜନତାଙ୍କଠୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ସମସ୍ତେ ଆଜି(16 ଜୁନ)ର ମ୍ୟାଚ ପାଇଁ ଉତ୍ସାହିତ ଅଛନ୍ତି ।

ବଲିଉଡର କିଙ୍ଗଖାନ ଟ୍ବିଟ କରି ମ୍ୟାଚ ଅପେକ୍ଷାରେ ବୋଲି ଲେଖିଛନ୍ତି । ଏହାସହ ଖିଲାଡି ଅକ୍ଷୟ କୁମାର ମଧ୍ୟ ଭାରତୀୟ ଦଳକୁ ଚିୟର କରିବାକୁ ପୁରା ପ୍ରସ୍ତୁତ । ଅକ୍ଷୟଙ୍କ ପୁରା ବିଶ୍ବାସ ଭାରତ ହିଁ ମ୍ୟାଚ ଜିତିବ । ଅନ୍ୟପକ୍ଷେ ଅଭିନେତ୍ରୀ ତାପସୀ ପନ୍ନୁ ମ୍ୟାଚ ପାଇଁ ଉତ୍ସାହିତ ଅଛନ୍ତି । ତାପସୀ ନିଜ ଦେଶକୁ ସବୁବେଳେ ସମର୍ଥନ କରନ୍ତି ।

ଏହା ବ୍ୟତୀତ ଅଭିନେତା ଅଲି ଜଫର ଟ୍ବିଟ କରି ବର୍ଷା ନହେବା ପାଇଁ ପ୍ରାର୍ଥନା କରିଛନ୍ତି । ଏହାସହ ଟେଲିଭିଜନ ଅଭିନେତା କରନ ୱାହିଙ୍କ ଉତ୍ସାହ ମଧ୍ୟ ବେଶ ଅଛି । କରନ ଏହା ପୂର୍ବରୁ ଭାରତ- ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାପାଇଁ ଲଣ୍ଡନ ଯାଇଥିଲେ ଓ ଖେଳକୁ କାଫି ଉପଭୋଗ କରିଥିଲେ ।