ETV Bharat / sitara

ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ବଲିଉଡ ସେଲିବ୍ରିଟିଙ୍କ ସମର୍ଥନ - ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ସମର୍ଥନ କଲେ ବଲିଉଡ ସେଲିବ୍ରିଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମଗ୍ର ଦେଶର ଜନସାଧାରଣମାନଙ୍କୁ ଦୀପ ଜାଳି ଆଲୋକ ବିସ୍ତାର କରିବାକୁ କହିଛନ୍ତି । ଯାହାକୁ ସମର୍ଥନ କରିଛନ୍ତି ସେଲିବ୍ରିଟି। ଅଧିକ ପଢନ୍ତୁ...

Bollywood supports PM's unique exercise of lighting lamps
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ବଲିଉଡ ସେଲିବ୍ରିଟିଙ୍କ ସମର୍ଥନ
author img

By

Published : Apr 3, 2020, 7:49 PM IST

ମୁମ୍ବାଇ: କୋରୋନା ଭାଇରସର ବୃଦ୍ଧିକୁ ଏଡ଼ାଇବା ପାଇଁ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଜାରି କରିଛନ୍ତି ଗୋଟିଏ ଭିଡିଓ । ଯାହାକୁ ବଲିଉଡର ସେଲିବ୍ରିଟିମାନେ ସମର୍ଥନ କରିବା ସହ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ସମଗ୍ର ଦେଶକୁ ଏକଜୁଟ କରିବା ପାଇଁ ଲୋକମାନଙ୍କୁ ଏପ୍ରିଲ 5 ରବିବାର ରାତି 9 ଟାରେ ଦୀପ ଜାଳି ଆଲୋକ ବିସ୍ତାର କରିବାକୁ କହିଛନ୍ତି । ଏନେଇ ବଲିଉଡର ସେଲିବ୍ରିଟିମାନେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ନିବେଦନକୁ ପାଳନ କରିବେ ବୋଲି ପ୍ରକାଶ କରିଥିଲେ ।

କୋରୋନା ଭାଇରସର ବୃଦ୍ଧିକୁ ଏଡ଼ାଇବା ଦେଶରେ ସକରାତ୍ମକତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହା ଏକ ସ୍ୱତନ୍ତ୍ର ଆହ୍ବାନ । ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମଳିନୀ ଟ୍ୱିଟରକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସମର୍ଥନ କରିଥିଲେ । ଏହାସହ ମାରାତ୍ମକ କରୋନାଭାଇରସ ବିରୁଦ୍ଧରେ ଏହି ଦୀର୍ଘ ତଥା କଠିନ ଯୁଦ୍ଧରେ ଆମର ପିଏମ @narendramodi ସହିତ ରୁହନ୍ତୁ ବୋଲି ବଲିଉଡର ଡ୍ରିମ ଗାର୍ଲ ଟ୍ୱିଟ କରିଛନ୍ତି ।

ଅଭିନେତ୍ରୀ ଆହୁରି ଲେଖିଥିଲେ ଯେ, ଏକାଠି ହେବା ଏବଂ ଆମର ଏକତା ଦେଖାଇବା ଏବଂ କୋଭିଡ-19କୁ ନିୟନ୍ତ୍ରଣ କରିବାରେ ଆମର ସରକାରଙ୍କୁ ସାହାଯ୍ୟ କରିବା । ଏନେଇ ଆମେ ଏପ୍ରିଲ 5ରେ ଦୀପ ଜାଳିବା ଏବଂ ସମଗ୍ର ଦେଶକୁ ଆଲୋକିତ କରିବା । ଅଭିନେତା ଅର୍ଜୁନ କପୁର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସମର୍ଥନ କରିଥିଲେ । ଏହାସହ ମାରାତ୍ମକ କରୋନାଭାଇରସ ବିରୁଦ୍ଧରେ ଦେଶରେ ଦୀପ ଜାଳି ଆଲୋକ ବିସ୍ତାର କରିବାକୁ ଲୋକମାନଙ୍କୁ ନିବେଦନ କରିଥିଲେ । ଗାୟିକା ତୁଲସୀ କୁମାର ମଧ୍ୟ ଟ୍ୱିଟରକୁ ଯାଇ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଏକତା ପ୍ରଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.